Categories: ଖେଳ

ଭାରତ ବିପକ୍ଷରେ ସର୍ବାଧିକ ଓପନିଂ ପାର୍ଟନରଶିପ୍‌

ମୁମ୍ବାଇ,୧୫।୧- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ଓ ଡେଭିଡ ଓ୍ବାର୍ନରଙ୍କ ୨୫୮ ରନ୍‌ର ଓପନିଂ ଭାଗୀଦାରି ଭାରତ ବିପକ୍ଷ ଦିନିକିଆରେ ଯେ କୌଣସି ଦଳ ପାଇଁ ଏକ ରେକର୍ଡ। ଏଥିପୂର୍ବରୁ ୨୦୦୦ରେ ତାରତ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଗ୍ୟାରୀ କର୍ଷ୍ଟେନ-ହର୍ଶ୍ଚେଲ ଗିବ୍ସ କୋଚିଠାରେ ୨୩୫ ରନ୍‌ର ଓପନିଂ ଭାଗୀଦାରି କରିଥିଲେ। ଏହା ପଛକୁ ୨୦୧୭ରେ ଫିଞ୍ଚ ଓ ଓ୍ବାର୍ନରଙ୍କ ଓପନିଂ ଯୋଡ଼ି ୨୩୧ ରନ୍‌ର ଭାଗୀଦାରି କରିଥିଲେ। ୨୦୧୨ରେ ପାକିସ୍ତାନର ମହମ୍ମଦ ହାଫିଜ ଓ ନାସିର ଜାମଶେଦ ମୀରପୁରଠାରେ ଭାରତ ବିପକ୍ଷରେ ୨୨୪ ରନ୍‌ର ଇନିଂସ ଖେଳିଥିଲେ। ତେବେ ଓ୍ବେଷ୍ଟଇଣ୍ଡିଜର ସାଇ ହୋପ ଓ ଜନ କାମ୍ପବେଲଙ୍କ ନାମରେ ଦିନିକିଆ କ୍ରିକେଟର ସର୍ବାଧିକ ଓପନିଂ ଭାଗୀଦାରି କରିବାର ରେକର୍ଡ ରହିଛି। ଦୁହେଁ ଆୟର୍ଲାଣ୍ଡ ବିପକ୍ଷରେ ଗତବର୍ଷ ୩୭୧ ରନ୍‌ର ଭାଗୀଦାରି କରିଥିଲେ।

Share