Categories: ଖେଳ

ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ମାଥ୍ୟୁସ ଫେରିଲେ

କଲମ୍ବୋ, ୧।୧ (ପି.ଟି.): ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ବୁଧବାର ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଲସିଥ୍‌ ମାଲିଙ୍ଗାଙ୍କ ନେତୃତ୍ୱରେ ଘୋଷିତ ୧୬ ଜଣିଆ ଦଳକୁ ଭେଟେରାନ ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୨ ବର୍ଷୀୟ ମାଥ୍ୟୁସ ଆଘାତଜନିତ ସମସ୍ୟା ଲାଗି ଗତ ଗତ ୧୬ ମାସ ହେବ ଟି୨୦ ମ୍ୟାଚ୍‌ ଖେଳିପାରୁ ନ ଥିଲେ। ଶେଷଥର ପାଇଁ ସେ ୨୦୧୮ ଅଗଷ୍ଟରେ ଏକ ଟି୨୦ ମ୍ୟାଚ୍‌ (ଦକ୍ଷିଣ ଆଫ୍ରିକା ବିପକ୍ଷ)ରେ ପ୍ରତିନିଧିତ୍ୱ କରିଥିଲେ। ସେହିଭଳି ଦ୍ରୁତ ବୋଲର ନୁଆନ ପ୍ରଦୀପ ଅଭ୍ୟାସବେଳେ ଆଘାତପ୍ରାପ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ କାସୁନ ରଜିଥାଙ୍କୁ ଭାରତ ଗସ୍ତ ଲାଗି ଶ୍ରୀଲଙ୍କା ଦଳରେ ସାମିଲ କରାଯାଇଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିିରିଜର ପ୍ରଥମ ମ୍ୟାଚ୍‌ ଜାନୁୟାରୀ ୫ରେ ଗୁଆହାଟୀରେ ଖେଳାଯିବ। ଏହାପରେ ଦ୍ୱିତୀୟ ଓ ୩ୟ ମ୍ୟାଚ୍‌ ଯଥାକ୍ରମେ ଇନ୍ଦୋର (ଜାନୁୟାରୀ ୭) ଓ ପୁନେ (ଜାନୁୟାରୀ ୧୦)ରେ ଖେଳାଯିବ। ଶ୍ରୀଲଙ୍କା ଦଳ ଗୁରୁବାର ଭାରତରେ ପହଞ୍ଚତ୍ବ।
ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା (ଅଧିନାୟକ), ଦନୁଷ୍କା ଗୁଣଥିଲକ, ଅଭିଷ୍କା ଫର୍ନାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦସୁନ ସନକା, କୁସାଲ ପେରେରା, ନିରୋଶାନ ଡିକ୍‌ଓ୍ବେଲା, ଧନଞ୍ଜୟ ଡି ସିଲ୍‌ଭା, ଇସୁରୁ ଉଦାନା, ଭାନୁକା ରାଜପାକସା, ଓଶାଡା ଫର୍ନାଣ୍ଡୋ, ଓ୍ବାନିନ୍ଦୁ ହସରଙ୍ଗା, ଲାହିରୁ କୁମାର, କୁସଲ ମେଣ୍ଡିସ, ଲକ୍ଷଣ ସନ୍ଦାକନ ଓ କସୁନ ରାଜିଥା।

Share