Categories: ଖେଳ

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାନିଆ ମିର୍ଜାଙ୍କ ସହ ପାର୍ଟି କରୁଥିଲେ ପାକିସ୍ତାନ ଖେଳାଳି

ଲଣ୍ଡନ, ୧୭।୬: ବିଶ୍ୱକପର ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ରବିବାର ମାଞ୍ଚେଷ୍ଟରରେ ଖେଳାଯାଇଥିଲା। ଏଥିରେ ଭାରତ ୮୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ବିଶ୍ୱକପରେ ଭାରତଠାରୁ ଲଗାତର ୭ ଥର ପରାଜୟବରଣ କରିବା ପରେ ପାକିସ୍ତାନରେ ନିଆଁ ଜଳିଛି। କେଉଁଠି ଟିଭି ଭଙ୍ଗାଯାଇଛି ତ ଆଉ କେଉଁଠି ପ୍ରଶଂସକମାନେ କ୍ରିକେଟରଙ୍କ ଘର ଉପରକୁ ପଥର ମାଡ କରିଛନ୍ତି। ପାକିସ୍ତାନ ଖେଳାଳିଙ୍କ ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ବେଶ୍‌ ଆଲୋଚନା ମଧ୍ୟ ଚାଲିଛି। ଏସବୁ ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ କ୍ରିକେଟ ପ୍ରଶଂସକ ପାକିସ୍ତାନ ଦଳ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଖେଳାଳିମାନେ ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ସହ ପାର୍ଟି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାନିଆ ତାଙ୍କ ସ୍ବାମୀ ତଥା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟ ସୋଏବ ମଲିକ ଏବଂ ଦଳର ଅନ୍ୟ କିଛି ସଦସ୍ୟ ମିଶି ଲଣ୍ଡନର ଶିଶା କାଫେରେ ପାର୍ଟି କରୁଥିବା ଭିଡିଓରେ ଦେଖାଯାଇଛି।

Share