Categories: ଖେଳ

ଭାରତ ବିପକ୍ଷ ସିରିଜରୁ ସୈଫୁଦ୍ଦିନ ଓହରିଲେ

ଢାକା, ୨୫।୧୦(ପି.ଟି.)-ପିଠିରେ ଯନ୍ତ୍ରଣା କାରଣରୁ ବାଂଲାଦେଶ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଭାରତ ବିପକ୍ଷ ଟି୨୦ କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ବାଂଲାଦେଶର ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ ମ୍ୟାଚ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଖେଳିପାରି ନ ଥିବା ୨୨ ବର୍ଷୀୟ ଅଲରାଉଣ୍ଡର ନଭେମ୍ବର ୩ରୁ ଆରମ୍ଭ ହେବାକୁ ଯାଉଥିବା ସିରିଜ ପାଇଁ ଉପଲବ୍ଧ ହୋଇପାରିବେ ନାହିଁ। ଆହତ ସ୍ଥାନରେ ଏକାଧିକ ସ୍କାନ ହେବାପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାପାଇଁ ଆଉକିଛିଦିନ ସମୟ ଲାଗିବ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ ମେଡିକାଲ ଟିମ୍‌ର ହୃଦ୍‌ବୋଧ ହୋଇଛି। ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା ହୋଇନାହିଁ। ଭାରତ-ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜ ନଭେମ୍ବର ୩, ୭ ଓ ୧୦ ତାରିଖରେ ଯଥାକ୍ରମେ ଦିଲ୍ଲୀ, ରାଜକୋଟ ଓ ନାଗପୁରରେ ଖେଳାଯିବ।

Share