Categories: ଜାତୀୟ

ଭାରତ ବିପଦକୁ ସୁଯୋଗ ଭାବେ ବଦଳାଇ ଦେଇଛି: ମୋଦି

ନୂଆଦିଲ୍ଲୀ,୧୨।୫: ବିଶ୍ୱବାସୀଙ୍କ କରୋନା ମୁକାବିଲାକୁ ୪ ମାସ ବିତିଲାଣି। ଗୋଟିଏ ଭୂତାଣୁ ବିଶ୍ୱକୁ ହଲାଇଦେଇଛି। ବିଶ୍ୱର କୋଟି କୋଟି ଜୀବନ ସଙ୍କଟ ଦେଇ ଗତି କରୁଛି। ଭାରତର ଅନେକ ପରିବାର ପରିଜନଙ୍କୁ ହରାଇଛନ୍ତି। ସମସ୍ତଙ୍କୁ ସମବେଦନା ଜଣାଉଛି। ବିଶ୍ୱ ଜୀବନ ବଞ୍ଚାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି। ଆମେ ଏଭଳି ବିପଦ ନା ଦେଖିଥିଲୁ ନା ଶୁଣିଥିଲୁ। ଏହା ନିଶ୍ଚିତ ଭାବେ ମାନବଜାତି ପାଇଁ ଅକଳ୍ପନୀୟ। ଏହି ସମୟରେ ଥକିଯିବା, ହାରିଯିବା, ଭାଙ୍ଗିଯିବା ଗ୍ରହଣୀୟ ନୁହେଁ। ଆମକୁ ବଞ୍ଚିବାକୁ ପଡ଼ିବ। ଆଗକୁ ବଢ଼ିବାକୁ ପଡ଼ିବ। ଆଜି ସମୟ ଆସିଛି ଆମ ସଙ୍କଳ୍ପକୁ ଆହୁରୀ ମଜଭୂତ କରିବାକୁ ପଡ଼ିବ ବୋଲି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ସେ ଆହୁରି କହିଛନ୍ତି, ଅନେକ ଦିନରୁ ଆମେ ଶୁଣିଛୁ ଏକବିଂଶ ଶତାବ୍ଦି ହିନ୍ଦୁସ୍ତାନର। ଏହା ଆମ ସ୍ବପ୍ନ ନୁହେଁ ଦାୟିତ୍ୱ ବି ହେବା ଉଚିତ୍‌। ଆତ୍ମନିର୍ଭରଶୀଳ ଭାରତ ଏବେ ଆମର ଏକମାତ୍ର ରାସ୍ତା। ଏତେ ବଡ଼ ବିପଦ ଭାରତ ପାଇଁ ଏକ ସଙ୍କେତ ଆଣି ଆସିଛି। ଏତେ ବଡ଼ ବିପଦ ଭାରତ ପାଇଁ ଏକ ସନ୍ଦେଶ। ସୁଯୋଗ ଆଣି ଆସିଛି। କରୋନା ପୂର୍ବରୁ ଭାରତରେ ଏନ୍‌୯୫ କମ୍‌ ଉତ୍ପାଦନ ହେଉଥିଲା। ଏବେ ଦେଶରେ ୨ ଲକ୍ଷ ମାସ୍କ ତିଆରି ହେଉଛି। ଭାରତ ବିପଦକୁ ସୁଯୋଗ ଭାବେ ବଦଳାଇ ଦେଇଛି। ଏବେ ଅର୍ଥ କୈନ୍ଦ୍ରିକ ବିଶ୍ୱକରଣ ବନାମ ମାନବ କୈନ୍ଦ୍ରିକ ବିଶ୍ୱକରଣ। ଭାରତ ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରେ। ଭାରତର ଅଭିଯାନ ପ୍ରଭାବ ସାରା ଦୁନିଆ ଉପରେ ପଡ଼ିଥାଏ। ଜୀବନ-ମୃତ୍ୟୁ ଲଢ଼େଇରେ ଭାରତୀୟ ଔଷଧ ନୂଆ ଆଶା ହୋଇଛି। ଏଥିପାଇଁ ସାରା ଦୁନିଆରେ ଭାରତକୁ ପ୍ରଶଂସା କରାଯାଉଛି। ସାରା ଦୁନିଆର ବିଶ୍ୱାସ ଯେ ଭାରତ ବହୁତ କିଛି କରିପାରିବ। ମାନବଜାତିର କଲ୍ୟାଣ ପାଇଁ ଭାରତ ବହୁତ କିଛି କରିବା ବିଶ୍ୱାସ ରହିଛି। ଏବେ ଆମ ପାଖରେ ସାଧନ ଅଛି, ସାମର୍ଥ୍ୟ ଅଛି। ଆମେ ଶ୍ରେଷ୍ଠ କରିପାରିବା। ଆମେ ଦୃଢ଼ ହେଲେ କୌଣସି ଲକ୍ଷ୍ୟ ଆମ ପାଇଁ ଅସମ୍ଭବ ବୋଲି ସେ କହିଛନ୍ତି।

Share