Categories: ବାଣିଜ୍ୟ

ଭାରତ ବିରୋଧରେ ଟ୍ରମ୍ପ ମୁହଁ ଖୋଲିଲେ: ଆମେରିକା ମୋଟରସାଇକେଲ ଉପରେ ୫୦% ଟାରିଫ ସ୍ବୀକାର୍ଯ୍ୟ ନୁହେଁ

ଓ୍ବାଶିଂଟନ,୧୨-୬: ଟାରିଫ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ପୁନର୍ବାର ମୁହଁ ଖୋଲି ଚାପ ପକାଇବା ରାଜନୀତି ଆରମ୍ଭ କରିଛନ୍ତି। ଆମେରିକାରୁ ଆସୁଥିବା ମୋଟରସାଇକେଲ ଉପରେ ଭାରତ ଟାରିଫ ହାରକୁ ୧୦୦ରୁ ୫୦ ପ୍ରତିଶତକୁ ହ୍ରାସ କରିଛି। ତଥାପି ଏହା ଆମେରିକା ପାଇଁ ଗ୍ରହଣଯୋଗ୍ୟ ନୁହେଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏବେ ଆମେରିକାକୁ ଆଉ ବୋକା ବନା ଯାଇପାରିବନି ବୋଲି ସେ କହିଛନ୍ତି। ବାସ୍ତବରେ ଭାରତକୁ ଆମଦାନୀ ହେଉଥିବା ହାର୍ଲେ ଡେଭିଡସନ ମୋଟରସାଇକେଲ ପ୍ରସଙ୍ଗରେ ଉକ୍ତ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଆମେରିକା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଛି। ଭାରତ ଏହି ମୋଟରସାଇକେଲ ଆମଦାନୀ ଉପରେ ଟାରିଫକୁ ଭାରତ ‘ଶୂନ୍‌’ ପ୍ରତିଶତ କରିଦେଉ ଅର୍ଥାତ କୌଣସି ଶୁଳ୍କ ଆଦାୟ କରା ନ ଯାଉ ଏହା ଟ୍ରମ୍ପ ଚାହୁଁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ହୋଇଥିବା କଥୋପୋକଥନ ସମ୍ପର୍କରେ ଟ୍ରମ୍ପ ଉଲ୍ଲେଖ କରିଥିଲେ। ଉଲ୍ଲେଖଥାଉ କି, ମୋଦି ସରକାର ଗତବର୍ଷର ବଜେଟରେ ଅଧିକାଂଶ ବିଦେଶୀ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇ ଥିଲେ। ଭାରତର ଏହି ନିଷ୍ପତ୍ତିକୁ ସେତେବେଳଠାରୁ ଟ୍ରମ୍ପ ବିରୋଧ କରିଆସୁଛନ୍ତି।

Share