କଟକ,୨୭।୪: କୋଭିଡ୍ ଲକ୍ଡାଉନ ସମୟରେ ଭାରତ ମସଲା ପକ୍ଷରୁ କଟକଠାରେ ରିଲିଫ ବଣ୍ଟନ କରାଯାଇଛି। କମ୍ପାନୀ ପକ୍ଷରୁ ଧବେଳଶ୍ୱରଗଡାଠାରେ ଥିବା ବସ୍ତିରେ ପ୍ରାୟ ୧୦୦ ପରିବାରକୁ ଖାଦ୍ୟ ସାମଗ୍ରୀ କିଟ୍ ଯୋଗାଇ ଦିଆଯାଇଛି। ଭାରତ ମସଲା ଏମ୍ଡି ସୁଶାନ୍ତ କୁମାର ପଣ୍ଡାଙ୍କ ସହାୟତାରେ ସାମାଜିକ କର୍ମୀ ପ୍ରଫୁଲ୍ଲ ସିଂ, ରାଜ୍ୟ ସଭା ସଦସ୍ୟ ସୁବାସ ସିଂ, ବିଶ୍ୱଜିତ ମହାନ୍ତି, ମଧୁ ସାହୁ, ପ୍ରକାଶ ସିଂ ଉପସ୍ଥିତ ରହି ରିଲିଫ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଗୋପାଳ ଅଗ୍ରଓ୍ବାଲ, ଶୁଭ୍ରାଂଶୁ ମହାନ୍ତି, ଶୃତିକାନ୍ତ ପାତ୍ର, ଶ୍ରୀନିବାସ ଶତପଥୀ, ଦେବାଶିଷ ସାହୁ, ଅମରେଶ ପରିଜା ପ୍ରମୁଖ ସହଯୋଗର ହାତ ବଢାଇଥିଲେ।