Categories: ଜାତୀୟ

ଭାରତ ମହାସାଗରରେ ଚଳିତ ବର୍ଷ ସୃଷ୍ଟି ହୋଇଛି ୧୧ ସାମୁଦ୍ରିକ ଝଡ଼: ଭାଙ୍ଗିଛି ୧୨୫ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଚଳିତ ବର୍ଷ ଭାରତ ମହାସାଗରରେ ୧୧ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି। ବଙ୍ଗୋପ ସାଗରଠାରୁ ଆରମ୍ଭ କରି ଆଣ୍ଡାମାନ ସାଗର ମଧ୍ୟରେ ଏସବୁ ଝଡ଼ ଦ୍ୱାରା ବହୁ କ୍ଷୟକ୍ଷତି ହୋଇଛି। ୧୮୯୩ ପରେ ସର୍ବାଧିକ ଝଡ଼ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଭାରତ ମହାସାଗରରେ ଧୀରେଧୀରେ ସାମୁଦ୍ରିକ ଝଡ଼ ସଂଖ୍ୟା ବୃଦ୍ଧି ପାଉଥିବା ପାଣିପାଗ ବିଜ୍ଞାନୀ ଡ. କୁଳଦୀପ୍‌ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଏପରି କାହିଁକି ହେଉଛି ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅଧ୍ୟୟନ ଜାରି ରହିଛି। ଏହା ଭାରତୀୟ ଉପମହାଦ୍ୱୀପର ଜଳବାୟୁ ଉପରେ ପ୍ରଭାବ ପକାଉଥିବା କୁହାଯାଉଛି। ଜଳବାୟୁ ପରିବର୍ତ୍ତନ ତଥା ବିଶ୍ୱତାପନ ବୃଦ୍ଧିର ପ୍ରଭାବ ଯୋଗୁ ଏପରି ହେଉଥିବା ଅନୁମାନ କରାଯାଉଛି।

Share