Categories: ଜାତୀୟ

ଭାରତ ମହାସାଗରରେ ଚାଇନା ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ,୧୬।୯: ଭାରତ ମହାସାଗରରେ ନିଜର କାୟା ବିସ୍ତାର କରୁଥିବା ଚାଇନାର ଯୁଦ୍ଧ ଜାହାଜକୁ ନଜର କରିଛି ଭାରତୀୟ ନୌସେନା। ଭାରତୀୟ ଜଳସୀମା ନିକଟରେ ଚାଇନାର ଜାହାଜକୁ ଏବେ ଠାବ କରିଛି ନୌସେନା। ଭାରତୀୟ ବାୟୁସେନାର ସର୍ବିଲାନ୍ସ ଏୟାରକ୍ରାପ୍ଟ ପାଟ୍ରୋଲିଂ ସମୟରେ ଚାଇନା ଯୁଦ୍ଧ ଜାହାଜର ଏକ ଫଟୋ ନେଇଛି। ସୂଚନାଯୋଗ୍ୟ, ଭାରତୀୟ ଜଳସୀମା ଦେଇ ଯାଉଥିବା ସମସ୍ତ ବ୍ୟବସାୟୀକ ଓ ଯୁଦ୍ଧ ଜାହଜ ଉପରେ ଭାରତୀୟ ବାୟୁସେନା ନଜର ରଖିଥାଏ।

Share