ଭାରତ ମୁଭି ଦେଖିଲେ ଟିମ୍‌ ଇଣ୍ଡିଆ ସଦସ୍ୟ

ଟ୍ରେଣ୍ଟ ବ୍ରିଜ୍‌,୧୩।୬- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରୁ ବ୍ରେକ୍‌ ନେଇ ଭାରତୀୟ କ୍ରିକେଟ ଦଳର ସଦସ୍ୟମାନେ ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଭାରତ ସିନେମା ଦେଖିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନୀ ଓ କେଦାର ଯାଦବଙ୍କ ସମେତ ଅନ୍ୟ ଖେଳାଳିମାନେ ଏହି ସିନେମାକୁ ଦେଖି ବେଶ୍‌ ଆମୋଦିତ ହୋଇଛନ୍ତି। କେଦାର ଟୁଇଟରରେ ଏନେଇ ଏକ ଗ୍ରୁପ୍‌ ଫଟୋ ଶେୟାର କରିଛନ୍ତି। ସଲମାନ ମଧ୍ୟ ଏହାର ଜବାବ ରଖିଛନ୍ତି। ଆପଣମାନେ ଏହି ସିନେମା ଦେଖିଥିବାରୁ ଧନ୍ୟବାଦ ଜଣାଉଛି ବୋଲି ସଲମାନ ଟୁଇଟରରେ ଉଲ୍ଲେଖ କରିଛନ୍ତି। ଭାରତ ଗୁରୁବାର ନ୍ୟୁଜିଲାଣ୍ଡ ଓ ରବିବାର ପାକିସ୍ତାନକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱକପ୍‌ ଯୋଗୁ ଭାରତ ସିନେମାର ବ୍ୟବସାୟ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି।