Categories: ଜାତୀୟ

ଭାରତ-ମ୍ୟାନ୍‌ମାର୍‌ ସୀମାରେ ଅପରେଶନ୍‌ ସନ୍‌ ସାଇନ୍‌-୨: ଉଗ୍ରବାଦୀଙ୍କ ଶିବିର ଧ୍ୱଂସ; ୮୦ ଗିରଫ

ଦିସ୍‌ପୁର,୧୬।୬: ଉତ୍ତର-ପୂର୍ବ ଅଞ୍ଚଳରେ ଭାରତ-ମ୍ୟାନ୍‌ମାର୍‌ ସୀମାରେ ଭାରତୀୟ ସେନାର ୨ଟି ବାଟାଲିୟନ୍‌, ବିଶେଷ ସୁରକ୍ଷା ବଳ ତଥା ଆସାମ ରାଇଫଲସ୍‌ ପକ୍ଷରୁ ମିଳିତ ଭାବେ ଅପରେଶନ୍‌ ସନ୍‌ ସାଇନ୍‌-୨ ଅଭିଯାନ ସମ୍ପନ୍ନ ହୋଇଛି। ଏଠାରେ ଥିବା ଉଗ୍ରବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରାଯିବା ସହିତ ୭୦ରୁ ୮୦ ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ମିଳିତ ଅପରେଶନ୍‌ରେ ଏନ୍‌ଏସ୍‌ସିଏନ୍‌ର ୮ଟି କ୍ୟାମ୍ପ୍‌, ଉଲଫା କେଏଲ୍‌ଓ ଏବଂ ଏନ୍‌ଇଏଫ୍‌ଟି ଶିବିର ଧ୍ୱଂସ ହୋଇଛି। ଏହି ଅଭିଯାନରେ ଭାରତ ଏବଂ ମ୍ୟାନ୍‌ମାର୍‌ର ମିଳିତ ସୁରକ୍ଷାକର୍ମୀ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଚଳିତ ବର୍ଷ ଫେବୃୟାରୀ ୨୨ରୁ ୨୬ ପର୍ଯ୍ୟନ୍ତ ଏଠାରେ ଅପରେଶନ୍‌ ସନ୍‌ ସାଇନ୍‌-୧ ଅଭିଯାନ କରାଯାଇଥିଲା।

Share