ଭାରତ ଯାତ୍ରା ବାତିଲ କଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ

ଢାକା,୧୨।୧୨: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ତାଙ୍କ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଆଲୋଚନା ହେଉଛି କି ନାଗରିକତ୍ୱ (ସଂଶୋଧନ) ବିଲ୍‌(ସିଏବି)କୁ ନେଇ ବାଂଲାଦେଶ ଅସନ୍ତୁଷ୍ଟ ଥିବାରୁ ମୋକେନ ଅଚାନତ ତାଙ୍କ ଗସ୍ତକୁ ବାତିଲ କରିଛନ୍ତି। ହେଲେ ସେ କହିଛନ୍ତି ‘ବୁଦ୍ଧିଜୀବି ଦିବସ’ ଓ ‘ବିଜୟ ଦିବସ’ରେ ଯୋଗ ଦେବାକୁ ଥିବାରୁ ସେ ଏହି ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ସେ କହିଛନ୍ତି ଆମ ରାଜ୍ୟମନ୍ତ୍ରୀ ଓ ବୈଦେଶିକ ସଚିବ ବିଦେଶ ଯାତ୍ରା କରିଥିବାରୁ ସେ ତାଙ୍କ ଗସ୍ତକୁ ବାତିଲ କରିଛନ୍ତି।

Share