Categories: ଜାତୀୟ

ଭାରତ ରତ୍ନକୁ ନେଇ ଭାଜପା-କଂଗ୍ରେସ ଟଣାଓଟରା: ଭଗତ ସିଂ,ସୁଖଦେବ, ରାଜଗୁରୁଙ୍କୁ ମିଳୁ ଭାରତ ରତ୍ନ; ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ଭାରତ ରତ୍ନକୁ ନେଇ ଭାଜପା-କଂଗ୍ରେସ ମଧ୍ୟରେ ଟଣାଓଟରା ଜାରି ରହିଛି। ପୂର୍ବରୁ ଭାଜପା ପକ୍ଷରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା ପତ୍ରରେ କୁହାଯାଇଥିଲା କି ଦଳ କ୍ଷମତାକୁ ଆସିଲେ ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଅପିଲ୍‌ କରିବ। ଏବେ କଂଗ୍ରେସ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂ,ସୁଖଦେବ ଓ ରାଜଗୁରୁଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛି। କଂଗ୍ରେସ ନେତା ମନୀଷ ତିଓ୍ବାରୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ତିନି ସଂଗ୍ରାମୀଙ୍କୁ ୨୦୨୦ ଜାନୁୟାରୀ ୨୬ରେ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ୍‌ ବୋଲିି ସେ କହିଛନ୍ତି।

Share