ଭାରତ ସପକ୍ଷରେ ନାହିଁ ରେକର୍ଡ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତ ସପକ୍ଷରେ ରେକର୍ଡ ନାହିଁ। ଦୁଇ ଦଳ ଏପର୍ଯ୍ୟନ୍ତ ୪ ଥର ବିଶ୍ୱକପ୍‌ରେ ପରସ୍ପରକୁ ଭେଟି ସାରିଛନ୍ତି। ଏଥିମଧ୍ୟରୁ ୩ଥର ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବାବେଳେ ଟିମ୍‌ ଇଣ୍ଡିଆ କେବଳ ଥରେ ବିଜୟ ସ୍ବାଦ ଚାଖିବାକୁ ସକ୍ଷମ ହୋଇଛି। ୧୯୯୨, ୧୯୯୯ ଓ ୨୦୧୧ ବିଶ୍ୱକପ୍‌ରେ ଦ. ଆଫ୍ରିକା ବାଜିମାତ୍‌ କରିିଥିଲା। କିନ୍ତୁ ଅନ୍ତିମ ଥର ୨୦୧୫ରେ ଭାରତୀୟ ଦଳ ୧୩୦ ରନ୍‌ର ବୃହତ୍‌ ବିଜୟ ହାସଲ କରିଥିଲା।

Share