ଭାରତ ସମର୍ଥନରେ ବ୍ରିଟିଶ୍‌ ଏମ୍‌ପି: କହିଲେ, ପିଓକେ ଖାଲି କରୁ ପାକିସ୍ତାନ

ଲଣ୍ଡନ, ୧୫।୯: କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଛନ୍ତି ବ୍ରିଟିଶ ଏମ୍‌ପି ବବ୍‌ ବ୍ଲାକ୍‌ମ୍ୟାନ୍‌। ସେ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତର ଅଭିନ୍ନ ଅଙ୍ଗ। ତେଣୁ ପାକିସ୍ତାନ ତୁରନ୍ତ ତାକୁ ଖାଲି କରୁ ବୋଲି ସେ ମତ ଦେଇଛନ୍ତି। ସେ କଶ୍ମୀର ପ୍ରସଙ୍ଗରେ କହିଛନ୍ତି, ଜମ୍ମୁ-କଶ୍ମୀର ଭାରତର ଅଙ୍ଗ। ଏନେଇ ପାକିସ୍ତାନ ଜାତିସଂଘ ଯିବା ଆଦୌ ଉଚିତ୍‌ ନ ଥିଲା। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ଏହି ଦେଶର ନେତାମାନେ ଭାରତ ସହ ଯୁଦ୍ଧ ଧମକ ମଧ୍ୟ ଦେଉଛନ୍ତି।

Share