ଭାରତ ସହିତ ହେବ ୩୦୦ କୋଟି ଡଲାରର ସାମରିକ ଚୁକ୍ତି: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତ ସହିତ ଆମେରିକା ୩ ୦୦ କୋଟି ଡଲାରର ସାମରିକ ଚୁକ୍ତି କରିବ ବୋଲି ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଘୋଷଣା କରିଛନ୍ତି। ଏହି ଚୁକ୍ତି ଅନୁସାରେ ଆମେରିକା ଭାରତକୁ ମିଲିଟାରୀ ହେଲିକପ୍ଟର ଏବଂ ଭାରତୀୟ ସେନା ପାଇଁ ଆବଶ୍ୟକ ଅନ୍ୟ ସାମରିକ ଯନ୍ତ୍ରାଂଶ ଯୋଗାଇଦେବ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

Share