Categories: ବାଣିଜ୍ୟ

ଭାରତ ସହ ଔପଚାରିକ ଭାବେ ବାଣିଜ୍ୟ ସମ୍ପର୍କ ଛିନ୍ନ

ଇସଲାମାବାଦ୍‌,୧୧-୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ପ୍ରତିବାଦରେ ଭାରତ ସହ ସମସ୍ତ ପ୍ରକାର ବାଣିଜ୍ୟ ସମ୍ପର୍କକୁ ପାକିସ୍ତାନ ଔପଚାରିକଭାବେ ଶେଷ କରିଛି। ସ୍ଥାନୀୟ ଖବରକାଗଜ ‘ଡନ୍‌’ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ, ରାଷ୍ଟ୍ରୀୟ ସୁରକ୍ଷା କମିଟି ବୈଠକ ଏବଂ ପାର୍ଲାମେଣ୍ଟର ଯୁଗ୍ମ ଅଧିବେଶନରେ ଉକ୍ତ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ତେବେ ଏହାଦ୍ୱାରା ଭାରତ ଅପେକ୍ଷା ପାକିସ୍ତାନ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ପୂର୍ବରୁ ଭାରତୀୟ ଉଦ୍ୟୋଗୀମାନେ ମତପ୍ରକାଶ କରିସାରିଛନ୍ତି। ସୂଚନାଥାଉ କି, ଦୁଇ ଦେଶର ବାଣିଜ୍ୟ ସମ୍ପର୍କ ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ଥିଲା। ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ ଭାରତ ୨୦୦ ପ୍ରତିଶତ ସୀମାଶୁଳ୍କ ଆଦାୟ ଆରମ୍ଭ କରିଛି। ଫଳସ୍ବରୂପ, ଚଳିତବର୍ଷ ପାକିସ୍ତାନରୁ ଭାରତ ଆମଦାନୀ ୯୨ ପ୍ରତିଶତ ହ୍ରାସ ପାଇ ୨୮.୪୦ ଲକ୍ଷ ଡଲାରରେ ପହଞ୍ଚତ୍ୟାଇଛି। ଭାରତ ସହିତ ଔପଚାରିକ ଭାବେ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ନେଇ ସରକାରଙ୍କ ପକ୍ଷରୁ ଦୁଇଟି ଅଧିସୂଚନା ଜାରି କରାଯାଇଛି।

Share