ଭାରତ ସହ କଥାହେବାକୁ ବ୍ୟଗ୍ର ହେଉଛି ପାକିସ୍ତାନ: ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ

ଇସଲାମାବାଦ,୮।୬: ସୁଧୁରିନି ପାକିସ୍ତାନ। ଗୋଟିଏ ପଟେ ସୀମାରେ ଲଗାତାର ଭାବେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଅନ୍ୟପଟେ ଭାରତ ସହ ଆଲୋଚନା ପାଇଁ ସେଠାକାର ସରକାର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଦୁଇ ଦେଶ ମଧ୍ୟରେ ଲାଗିରହୁଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୂର କରି ସୁସମ୍ପର୍କ ସ୍ଥାପନ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଇମ୍ରାନ। ସାଉଥ୍‌ ଏସିଆ ଓ ପଡୋଶୀ ଦେଶରେ ଶାନ୍ତି ବଜାୟ ରଖିବା ଲାଗି ମିଳିମିଶି ଉଭୟ ଦେଶ କାମ କରିବାକୁ ଇଛା ପ୍ରକାଶ କରି ଇମ୍ରାନ ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଏଥିସହ ଏହି ଚିଠିରେ କଶ୍ମୀର ବିବାଦ ମଧ୍ୟ ଉଲ୍ଲେଖ ଥିବା ଜଣାପଡ଼ିଛି।

Share