ଭାରତ ସହ ପୁଣି ଡାକସେବା ଆରମ୍ଭ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧୯।୧୧: ଭାରତ ସହ ପାକିସ୍ତାନ ପୁଣି ଥରେ ଡାକସେବା ଆରମ୍ଭ କରିବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଡାକସେବାକୁ ବନ୍ଦ କରିଦେଇଥିଲା। ଦୀର୍ଘ ୩ମାସ ପରେ ଏହି ସେବାକୁ ପୁଣି ଚାଲୁ ରଖିବ ବୋଲି ମଙ୍ଗଳବାର ପାକିସ୍ତାନ ଗଣମାଧ୍ୟମରୁ ଜଣାପଡ଼ିଛି। ହେଲେ ଏନେଇ ଏ ପର୍ଯ୍ୟନ୍ତ ଔପଚାରିକ ଘୋଷଣା ହୋଇନାହିଁ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ରାଜ୍ୟ କରାଯିବା ପରେ ଏହାକୁ ନେଇ ପାକିସ୍ତାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହାପରେ ଭାରତ ସହ ପାକିସ୍ତାନ ସମସ୍ତ କୂଟନୈତିକ ସମ୍ପର୍କକୁ ଛିନ୍ନ କରିବା ସହ ଗତ ଅଗଷ୍ଟ ୫ରୁ ଡାକସେବାକୁ ବନ୍ଦ କରିଦେଇଥିଲା।

Share