ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ପାକିସ୍ତାନ, ନଓ୍ବାଜ ସରିଫ କହିଲେ ପୁରୁଣା କଥା ଛାଡି ନୂଆ ଆରମ୍ଭ କର

ଇସଲାମାବାଦ,୧୮।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ନୱାଜ କହିଛନ୍ତି ଯେ ଭାରତ ସହ ସମ୍ପର୍କ ନଷ୍ଟ କରିବାରେ ଇମ୍ରାନ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତକୁ ନେଇ ନୱାଜ ସରିଫ ବହୁତ ଉତ୍ସାହିତ ଅଛନ୍ତି। ସେ ବିଶ୍ୱାସ କରନ୍ତି ଯେ ସମ୍ପର୍କରେ ଜମିଥିବା ବରଫ ତରଳିବା ପାଇଁ ଏହା ଏକ ଭଲ ଆରମ୍ଭ।

ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ ଗୁରୁବାର କହିଛନ୍ତି ଯେ ଉଭୟ ପକ୍ଷ ବର୍ତ୍ତମାନ ଆଲୋଚନା କରିବା ଉଚିତ୍‌। ୨୦୧୫ରେ ଲାହୋରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକସ୍ମିକ ଆଗମନକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ନୱାଜ କହିଛନ୍ତି ଯେ ପୁରୁଣା ଜିନିଷ ଭୁଲିଯିବା ଏବଂ ଏକ ନୂତନ ଆରମ୍ଭ କରିବାର ସମୟ ଆସିଛି।
ସୂଚନାଯୋଗ୍ୟ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅକ୍ଟୋବର ୧୫ରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଭାଗ ନେବାକୁ ପାକିସ୍ତାନରେ ପହଞ୍ଚିଥିଲେ। ନଅ ବର୍ଷ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନକୁ ଏହା ପ୍ରଥମ ଗସ୍ତ ଥିଲା। ଗତଥର ସୁଷମା ସ୍ବରାଜ ପାକିସ୍ତାନ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ହେଲା ଜେଲରେ ଅଛି, ରାଜୀବ ଗାନ୍ଧୀଙ୍କ ଦୋଷୀଙ୍କୁ ମିଳୁଛି ମୁକ୍ତି ମୋତେ କାହିଁକି ନୁହେଁ, କଏଦୀଙ୍କ କଥା ଶୁଣି…

ନୂଆଦିଲ୍ଲୀ,୧୮।୧୦: ନିଜ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ୩୦ବର୍ଷ ଜେଲରେ ଥିବା ଜଣେ ୮୪ ବର୍ଷ ବୟସ୍କ ବ୍ୟକ୍ତି ଆଜୀବନ କାରାଦଣ୍ଡକୁ ମୃତ୍ୟୁଦଣ୍ଡଠାରୁ ଖରାପ ବୋଲି ବର୍ଣ୍ଣନା...

ଚଳିତ ବର୍ଷ ଦ୍ୱିତୀୟଥର ରୁଷିଆ ଯିବେ ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮ା୧୦: ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରୁଷିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ଜୁଲାଇ...

ସରକାରଙ୍କ ବଡ଼ ଘୋଷଣା: କିଡ଼ନୀ ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା

ଚଣ୍ଡିଗଡ,୧୮।୧୦: ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂ ସାଇନି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।...

ବିଧାୟକ ଅବ୍ବାସ ଅନସାରୀଙ୍କୁ ବଡ ଆଶ୍ୱସ୍ତି, ଏହି ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ,୧୮।୧୦: ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ବିଧାୟକ ଅବ୍ବାସ ଅନସାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ଅବ୍ବାସ ଅନସାରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଏତିକି ଆସନରେ ଲଢ଼ିବ ଭାଜପା, ଜାଣନ୍ତୁ ଅନ୍ୟ କେଉଁ ଦଳ କେତୋଟି ଆସନରେ ଲଢ଼ିବେ…

ରାଞ୍ଚି,୧୮ା୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ମଧ୍ୟରେ ଆସନ ବଣ୍ଟନ ଘୋଷଣା କରାଯାଇଛି। ଶୁକ୍ରବାର ଭାଜପା ଏବଂ ଏଜେୟୁ ରାଞ୍ଚିରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ...

ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ…

ଜେରୁଜେଲମ,୧୮।୧୦: ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ପଛରେ ଥିଲେ ହମାସ ମୁଖ୍ୟ ୟାହିୟା ସିନଓ୍ବାର। ଏହି ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ...

ଇଏସ୍‌ଆଇ ହସ୍ପିଟାଲରେ ଲାଗିଲା ନିଆଁ, ଜଣେ ମୃତ

କୋଲକାତା,୧୮।୧୦: ଶୁକ୍ରବାର ସକାଳେ କୋଲକାତାର ସିୟାଲଦାହ ସ୍ଥିତ କର୍ମଚାରୀ ରାଜ୍ୟ ବୀମା (ESI) ହସ୍ପିଟାଲରେ ଅଗ୍ନିକାଣ୍ଡରେ ଜଣେ ରୋଗୀର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ...

କିଏ ସମ୍ଭାଳିବେ ହମାସର ଗୁରୁ ଦାୟିତ୍ୱ? ଲିଷ୍ଟରେ ରହିଛି ଏହି ନେତାଙ୍କ ନାମ

ତେଲ ଅଭିଭ,୧୮।୧୦: ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ନେତୃତ୍ୱ ନେଇଥିବା ହମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ଗତକାଲି (ଅକ୍ଟୋବର ୧୭) ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri