ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୪: ଭାରତ ସହିତ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ଇଣ୍ଡୋନେସିଆ ରାମାୟଣ ଉପରେ ସ୍ବତନ୍ତ୍ର ଡାକ ଟିକଟ ଜାରି କରିଛି। ଏହାକୁ ଇଣ୍ଡୋନେସିଆ ଶିଳ୍ପୀକାର ପଦ୍ମଶ୍ରୀ ବାପାକ୍‌ ନୟୋମାନ୍‌ ନୁଆରତା ପ୍ରସ୍ତୁତ କରିଛନ୍ତି। ଏଥିରେ ରାମାୟଣର ବିଭିନ୍ନ କଥାବସ୍ତୁକୁ ସ୍ଥାନୀତ କରାଯାଇଛି। ଏହାକୁ ଜାକର୍ତ୍ତା ସ୍ଥିତ ଡାକ ଟିକଟ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯିବ। ଡାକ ଟିକଟ ଉନ୍ମୋଚନ ଉତ୍ସବରେ ଭାରତୀୟ ରାଜଦୂତ ପ୍ରଦୀପ କୁମାର ପାଓ୍ବତ୍‌ ଏବଂ ଇଣ୍ଡୋନେସିଆ ଉପବୈଦେଶିକ ମନ୍ତ୍ରୀ ଅବଦୁର୍‌ରହମାନ୍‌ ମହମ୍ମଦ୍‌ ଫକୀର ଉପସ୍ଥିତ ଥିଲେ।

Share