Categories: ଜାତୀୟ

ଭାରତ ସୀମାର ୩୫ କିମି ଭିତରେ ଉଡ଼ିଲା ଚାଇନା ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧।୬: ଭାରତ ସୀମାର ୩୦ରୁ୩୫ କିଲୋମିଟର ଭିତରେ ଚାଇନା ଯୁଦ୍ଧ ବିମାନ ଉଡ଼ିଛି। ଭାରତୀୟ ସେନା ପକ୍ଷରୁ ଏହା ଉପରେ ତୀକ୍ଷଣ୍‌ ଦୃଷ୍ଟି ରଖାଯାଇଥିବା କୁହାଯାଉଛି। ପୂର୍ବ ଲଦାଖରେ ଭାରତୀୟ ଆକାଶ ମାର୍ଗ ସୀମା ଡେଇଁ ଚାଇନାର ୧୦ରୁ ୧୨ ଯୁଦ୍ଧ ବିମାନ ପଶିଥିଲେ। ବିମାନ ଗୁଡ଼ିକ ସୀମାଠାରୁ ୧୦୦ରୁ ୧୫୦ କିଲୋମିଟର ଦୂରରେ ଥିବା ଚାଇନା ଏୟାରବେସ୍‌ ହୋଟାନ୍‌ ଏବଂ ଗାରଗୁନ୍‌ସାରୁ ଜେ-୭ ଓ ଜେ-୧୧ ଯୁଦ୍ଧ ବିମାନ ଗୁଡ଼ିକ ଭାରତୀୟ ସୀମା ଅଭିମୁଖେ ଉଡ଼ାଣ କରିଥିବା କୁହାଯାଉଛି।

Share