Categories: ବାଣିଜ୍ୟ

ଭାରତ-ୟୁଏସ୍‌ ବାଣିଜ୍ୟ ଚୁକ୍ତି ନେଇ ଆଶାବାଦୀ:ସୀତାରାମନ

ନୂଆଦିଲ୍ଲୀ,୧୯-୧୦: ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌) ମଧ୍ୟରେ ରହିଥିବା ବାଣିଜି୍ୟକ ମତଭେଦ କମ୍‌ ହୋଇଛି। ଶୀଘ୍ର ଦୁଇ ଦେଶ ବାଣିଜ୍ୟ ଚୁକ୍ତିରେ ସାମିଲ ହେବା ନେଇ ଆଶାବାଦୀ ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଆମେରିକା ଗସ୍ତରେ ଥିବା ସୀତାରାମନ ଖବରଦାତାଙ୍କୁ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। କଥାବାର୍ତ୍ତା ଶୀଘ୍ର ଶେଷ ହେବା ନେଇ ଆଶାବାଦୀ ଥିବା ସେ ମତ ଦେଇଛନ୍ତି। ନିକଟରେ ନୂଆଦିଲ୍ଲୀ ଗସ୍ତ କରିଥିବା ଆମେରିକାର ବାଣିଜ୍ୟ ସଚିବ ଓ୍ବିଲବର ରସ୍‌ ଭାରତ-ୟୁଏସ୍‌ ବାଣିଜ୍ୟ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ବିଭିନ୍ନ ଆଲୋଚନା କରିଥିଲେ। ଅପରପକ୍ଷରେ ଭାରତ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଭାବେ ଏହାର ସ୍ଥାନ ବଜାୟ ରଖିଥିବା ନିର୍ମଳା କହିଛନ୍ତି। ଅଭିବୃଦ୍ଧି ଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ ମତ ଦେଇଛନ୍ତି।

Share