ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଟାଉନ ଥାନା ଅର୍ନ୍ତଗତ ବାଇପାସ ଛକଠାରେ ରାସ୍ତା ଉପରେ ଏକ ଧାନ ବୋଝେଇ ଟ୍ରକ(ନମ୍ବର-ଓଆର୍‌୨୨ଏ୧୨୭୧) ଓଲଟି ପଡିଛି। ଟ୍ରକଟି ତିହିଡି ବ୍ଲକ ଭାଟପଡା ସୋସାଇଟିରୁ ଧାନ ନେଇ ଚରମ୍ପା ପିପି ରାଇସ ମିଲକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଟ୍ରକରେ ପ୍ରାୟ ୧୮ଟନରୁ ଅଧିକ ଧାନ ବସ୍ତା ଥିବା ଜଣାପଡିଛି। ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ଘଟିଥିବାରୁ ଧନ ଜୀବନ କ୍ଷତି ହୋଇନାହିଁ। ଓଭରଲୋର୍ଡିଂ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Share