ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଅପେରା ଗାଡ଼ି

ଆନନ୍ଦପୁର,୨୭। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନଂ. ରାଜ୍ୟ ରାଜପଥ ବାଲୁଙ୍କେଶ୍ୱର ଛକଠାରେ ମଙ୍ଗଳବାର (ନଂ.ଓଆର୦୫-ଏଫ୦୮୨୧) ବିଶିଷ୍ଟ ଏକ ୧୦ ଚକିଆ ବାଉଁଶ ବୋଝେଇ ଅପେରା ଗାଡ଼ି ଓଲଟି ପଡିଛି। ଉକ୍ତ ଗାଡ଼ିଟି ଫକିରପୁର ଗ୍ରାମ ପାର୍ଶ୍ୱରୁ ଅଣ ଓସାରିଆ କଂକ୍ରିଟ ରାସ୍ତା ଦେଇ ରାଜ୍ୟ ରାଜପଥକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପାଣି ଖାଲକୁ ଓଲଟି ପଡିଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।