ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଲା ବସ୍‌: ୨ ମୃତ, ୨୦ ଆହତ

ଖୋର୍ଦ୍ଧା ଅଫିସ, ୩୧ା୮: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ପୁବୁସାହି ନିକଟରେ ଶୁକ୍ରବାର ଅପରାହ୍ନ ୫ ଟା ୪୦ମିନିଟ୍‌ରେ ନାରାୟଣୀ ନାମକ ଘରୋଇ ବସ ଭାରସାମ୍ୟ ହରାଇ ୫ ଫୁଟ ତଳ ବିଲକୁ ଓଲଟି ପଡିଥିଲା। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପାନ ଦୋକାନ କରିଥିବା ନୟାଗଡ ଜିଲା ଫତେଗଡ ଥାନା ଫତେଗଡ ବଜାରର ଗୋବିନ୍ଦ ଚନ୍ଦ୍ର ପ୍ରଧାନ (୪୪), ଗାଡି କଣ୍ଡକ୍ଟର ବାଘମାରୀ ଥାନା ପଙ୍ଗାରସିଂହର ବର୍କତୁଲ୍ଲା ଖଁ। (୪୫)। ରାତି ହୋଇ ଯାଇଥିବାରୁ ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଆହତଙ୍କ ମଧ୍ୟରୁ ଗୁରୁତର ଥିବା ବେଗୁନିଆ କୋହ୍ଲୁଅପାଟଣାର କୁନାଲ ବେହେରା, ପୁବୁସାହିର ରୋଷନ କୁମାର ବେହେରା, ନୟାଗଡ ଜିଲା ଖଣ୍ଡପଡା ମୋଟୁଆସାର ବାସନ୍ତୀ ସେଠୀ, ଫତେଗଡ ଟିକିରିପଡାର ମାଧବ ଚନ୍ଦ୍ର ସାହୁ ଓ ବୈଦେଶ୍ୱରର କୃଷ୍ଣଚନ୍ଦ୍ର ସିଂ ପ୍ରମୁଖଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ନୟାଗଡ ଜିଲା ଖଣ୍ଡପଡା ମେଟୁଆଶାର ବାସନ୍ତୀ ସେଠୀ, ଫତେଗଡ ଧାନଚେଙ୍ଗଡାର ବିଜୟ ମହାନ୍ତି, ମାମାଲି ମହାନ୍ତି, ଝୁନୁ ମହାନ୍ତି, ପୁଅ ଚିନ୍ମୟ ମହାନ୍ତି, ଦୁଧାଡିଆ ଗଁ।ର ରମେଶ ମହାନ୍ତି, ଟିକିରିପଡାର ସରୋଜିନୀ ସାହୁ, ବେଗୁନିଆ ଗଁପୁରର ଦୁର୍ଗାଚରଣ ବେହେରା ଓ ଆର୍ତ୍ତବନ୍ଧୁ ରଣା, ସିମରର ବିଜୟ ମହାନ୍ତି, ପୁବୁସାହିର ଶାନ୍ତିଲତା ମହାନ୍ତି , କଟକ ଜିଲା ବାଙ୍କୀ ଢ଼ଅଁସର ଗଁାର ଏକାଦଶୀ ପ୍ରଧାନ ପ୍ରମୁଖ ଆହତମାନେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ନାରାୟଣୀ ନାମକ ବସ୍‌ (ନଂ. ଓଆର ୦୫ ଡବ୍ଲୁ ୧୦୭୫) ଭୁବନେଶ୍ୱରରୁ ଭାୟା ଧାନଚେଙ୍ଗଡା ଦେଇ ନୟାଗଡ ଜିଲାର କଣ୍ଟିଲୋ ନିକଟସ୍ଥ କଳପାଙ୍ଗି ଯାଉଥିଲା। ଏଥିରେ ୬୪ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳ ପୁବୁସାହି ନିକଟରେ ରାସ୍ତାରେ ଖାଲଖମା ଅଧିକ। ଦ୍ରୁତଗତିରେ ଗାଡି ଚଳାଇବା ଯୋଗୁ ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ କହିଛନ୍ତି। ବସଟି ଯାଉଥିବାବେଳେ ଅତର୍କିତ ଭାବେ ବିଲ ଭିତରକୁ ଓଲଟି ପଡିଥିଲା। ଖବରପାଇ ଖୋର୍ଦ୍ଧା ଦମକଳ କେନ୍ଦ୍ରର କର୍ମଚାରୀ, ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ ସ୍ଥାନୀୟ ଜନସାଧାରଣ ପହଞ୍ଚତ୍ ଆହତମାନଙ୍କୁ ବସ୍‌ର କାଚ ଭାଙ୍ଗି ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତ ଯାତ୍ରୀ ଗଁପୁରର ଦୁର୍ଗାଚରଣ ବେହେରା କୁହନ୍ତି, ଦୁର୍ଘଟଣାର କାରଣ ଜାଣି ହେଲା ନାହିଁ। ଭଗବାନଙ୍କ କୃପାରୁ ବର୍ତ୍ତି ଯାଇଛୁ।