ଜହ୍ନାପଙ୍କ,୭।୧୨(ଡି.ଏନ୍.ଏ.): ବୌଦ୍ଧ-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥ ଜହ୍ନାପଙ୍କ ଗାୟତ୍ରୀ ମନ୍ଦିର ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଆହତ ୧୪ ଜଣଙ୍କୁ ଛାଡିଦିଆଯାଇଛି। ଗୁରୁତର ନବରଙ୍ଗପୁର ଜିଲା ଦେଉଳିସାହିର କନକଲତା ଦାସ(୬୬), ଅନୁଗୋଳ ଜିଲା ଆଠମଲ୍ଲିକ୍ ଲିମ୍ବଡିହର ବିଶ୍ୱଜିତ୍ ସେକ୍(୨୨) ଓ କଟକ ଜିଲା ଟାଙ୍ଗି ଅଞ୍ଚଳର ସନ୍ତୋଷ କୁମାର ବେହେରା
(୨୦) ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଭୋରୁ ଚକାଡୋଳା ନାମକ ବସ୍ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଉଲଟି ପଡ଼ିଥିଲା।