କରୋନା ପାଇଁ କଡ଼ା ପଦକ୍ଷେପ: ଭାରୀଯାନ ଉପରେ ରୋକ୍‌ ଲଗାଇଲା ପରିବହନ ବିଭାଗ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗ କରୋନା ନିମନ୍ତେ ଶନିବାରଠାରୁ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପୌରାଞ୍ଚଳରେ ଯାତାୟାତ କରୁଥିବା ଘରୋଇ ଯାନ ବ୍ୟତୀତ ଭାରୀଯାନ( ବସ୍‌ ଓ ଟ୍ରକ), ଟ୍ୟାକ୍ସି, ଅଟୋ ଆଦି ଉପରେ ରୋକ୍‌ ଲଗାଇଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁଗ୍ମ ଅଯୁଗ୍ମ ଯାନଗୁଡିକ ଉପରେ କଟକଣା ଜାରି କରାଯାଇଛି। ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ବିଶିଷ୍ଟ ଏବଂ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ବିଶିଷ୍ଟ ବାଣିଜି୍ୟକ ଯାନଗୁଡିକ ଚଳାଚଳ କରିବ। ତେବେ ଘରୋଇ ଯାନଗୁଡ଼ିକ ଉପରେ ତାହା ଲାଗୁହେବ ନାହିଁ ବୋଲି ଏଆର୍‌ଟିଓ ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

Share