Categories: ଖେଳ

ଭାରୋତ୍ତୋଳିକା ରାକ୍ଷୀ ଭାଙ୍ଗିଲେ ଦୁଇ ଜାତୀୟ ରେକର୍ଡ

ଦୋହା,୨୪।୧୨(ପି.ଟି.)- ଭାରତୀୟ ଭାରୋତ୍ତୋଳିକା ରାକ୍ଷୀ ହଳଧର ଏଠାରେ ଅନୁଷ୍ଠିତ କତାର ଅନ୍ତର୍ଜାତୀୟ କପ୍‌ ଟୁର୍ନାମେଣ୍ଟରେ ସୋମବାର ୬୪ କେଜି ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିିତିଛନ୍ତି। ଏହି ଅବସରରେ ସେ ଦୁଇ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକଧାରୀ ରାକ୍ଷୀ ସିନିୟର ଜାତୀୟ ବିଭାଗର ଉଭୟ ସ୍ନାଚ ଓ ମୋଟ ଓଜନ ଉଠାଇବାର ରେକର୍ଡ ଭଙ୍ଗ କରିଛନ୍ତି। ସେ ମୋଟ ୨୧୮ କେଜି (୯୫ କେଜି ସ୍ନାଚ + ୧୨୩ କେଜି କ୍ଲିନ ଓ ଜର୍କ) ଭାର ଉଠାଇଥିଲେ। ଗତ ଜୁନରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୨୧୪ କେଜି (୯୪+୧୨୦ କେଜି) ଭାର ଉତ୍ତୋଳନ କରିଥିଲେ। ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟସ୍ତରୀୟ ଇଭେଣ୍ଟରେ ଭାରତ ୩ ପଦକ ସହ ଅଭିଯାନ ଶେଷ କରିଛି। ପ୍ରତିଯୋଗିତାର ପ୍ରଥମ ଦିନ ପୂର୍ବତନ ବିଶ୍ୱ ଚାମ୍ପିୟନ ମିରାବାଇ ଚାନୁ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଜେରେମି ଲାଲରିନୁଙ୍ଗା ରୌପ୍ୟ ପଦକ ହାତେଇଥିଲେ।

Share