ଭାଲୁକୁ କାବୁକଲା ବନ ବିଭାଗ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମଠାରୁ ମନ୍ତ୍ରୀପୁଟ ବୁଲାଣି ଘାଟିରାସ୍ତାରେ ଗତ ଦୁଇଦିନ ହେଲା ଏକ ଭାଲୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଚିତ୍ରକୋଣ୍ଡା ବନ ବିଭାଗ ଉକ୍ତ ସ୍ଥାନକୁ ଯାଇ ଯନ୍ତା ପକାଇ ଭାଲୁ ଧରିବା ପାଇଁ ନାକେଦମ୍‌ ହୋଇପଡ଼ିଥିଲା। ଶେଷରେ ଚିତ୍ରକୋଣ୍ଡା ବନାଧିକାରୀ ବଳରାମ ନାୟକ, ବନପାଳ ମୃତ୍ୟୁଞ୍ଜୟ ସେଠୀ, ଗୁଣ୍ଠାୱାର୍ଡା ବନପାଳ ଅର୍ଜୁନ ଚାଲାଣ ଓ ଯନ୍ତ୍ରୀ ବନପାଳ ନିରଞ୍ଜନ ସାହୁ, ବନରକ୍ଷୀ ଶ୍ରୀମନ୍ତ ଗିରି, ରାଜୁ ମାଡକାମୀ, ସରୋଜ ଘଡ଼ାଇ ଓ ପାରା ଏବଂ ୱlଇଲଡ ଲାଇଫ୍‌ ସ୍କାଡଙ୍କ ନେତୃତ୍ୱରେ ଯନ୍ତା ସାହାଯ୍ୟରେ ରବିବାର ସକାଳେ ଭାଲୁକୁ କାବୁ କରାଯାଇଛି।