ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବୌଦ୍ଧ,୨୨।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସୁରୁଣ୍ଡି ଗ୍ରାମର ଜଣେ ବ୍ୟକ୍ତି ବୁଧବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ପବିତ୍ର ଦେହୁରୀ। ସକାଳୁ ପବିତ୍ର କାଠ ଆଣିବାକୁ ସୁରୁଣ୍ଡି ଗ୍ରାମ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହରଭଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Share