ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା,୧୭ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଚନ୍ଦ୍ରପୁର ଗ୍ରାମରେ ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି ା ଆହତ ଯୁବକ ଜଣକ ହେଲେ କୁନା ବେଶ୍ରା। ଶନିବାର ରାତିରେ କୁନା ନିଜ ବାଡିକୁ ଶୌଚ ପାଇଁ ଯାଇଥିବାବେଳେ ହଠାତ୍‌ ସେଠାରେ ଲୁଚି ରହିଥିବା ଏକ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା ା ଭାଲୁଟି କୁନାଙ୍କ ମୁଣ୍ଡ ଏବଂ ବାମ ହାତକୁ ଆକ୍ରମଣ କରି କ୍ଷତ ବିକ୍ଷତ କରିଦେଇଥିଲା। କୁନାଙ୍କ ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଖବରପାଇ କପ୍ତିପଦା ବନବିଭାଗ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚତ୍ଥିଲେ ା ଆହତ କୁନାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ା

Share