ଭାଲୁ ଆକ୍ରମଣରେ ସାଇକେଲ ଆରୋହୀ ଗୁରୁତର

ସଜନାଗଡ଼,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ କେ.ପିଲାକ୍‌ରାଜ ପଞ୍ଚାୟତ ଚତିରିଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ମଙ୍ଗଳବାର ସନ୍ଧ୍ୟାରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ରବୀନ୍ଦ୍ର ଦାସ(୪୬)। ରବୀନ୍ଦ୍ର ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଅନ୍ଧାର ରାତିରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବୀନ୍ଦ୍ରଙ୍କ ଡାହାଣ ହାତ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।