ଭାଲୁ ତାଡ଼ିଦେଲା ଦୁଇ ଆଖି

ଉଦଳା,୨୦ା୧୨(ଡି.ଏନ୍‌.ଏ.) – ଘର ବାଡ଼ି ପାଖକୁ ଗୋରୁ ଖୋଜିବାକୁ ଯିବା ହେଲା କାଳ । ବାଉଁଶବୁଦାରେ ଲୁଚି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ବ୍ୟକ୍ତି। ତାଙ୍କର ଦୁଇ ଆଖି ଭାଲୁ ତାଡି ଦେଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ କଟରାସାହି ଗ୍ରାମରେ ।
ସୂଚନା ଅନୁଯାୟୀ, କୋଚିଳାଡିହା ପଞ୍ଚାୟତର କଟରାସାହି ଗ୍ରାମର ଦାମ ଟୁଡୁ ଗୋରୁ ଖୋଜିବାକୁ ଘର ବାଡିକୁ ଯାଇଥିଲେ । ବାଡି ନିକଟରେ ଥିବା ଏକ ବାଉଁଶବୁଦା ପାଖରେ ସେ ପହଞ୍ଚିବା ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଏକ ଭାଲୁ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା। ଭାଲୁଟି ଦାମଙ୍କ ଦୁଇ ଆଖି ତାଡି ଦେବା ସହିତ ତାଙ୍କ ମୁଁହକୁ ମଧ୍ୟ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ଗୁରୁତର ଦାମ ଚିତ୍କାର କରିବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଗୁରୁତର ଅବସ୍ଥାରେ ଚିକିସତ୍ା ନିମନ୍ତେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।