ଭାଲୁ ପାଇଁ ବନ ବିଭାଗ ନାକେଦମ

ଚମ୍ପୁଆ, ୨୬।୫(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧୀନ ସାନନେଉଳି ଗ୍ରାମ ନିକଟକୁ ଚାଲି ଆସିଥିବା ଏକ ଭାଲୁ ଲାଗି ବନ ବିଭାଗକୁ ନାକେଦମ୍‌ ହେବାକୁ ପଡିଛିି। ରବିବାର ସକାଳେ ଗାଁ ଲୋକେ ପ୍ରଥମେ ଭାଲୁକୁ ଦେଖି ଘଉଡାଇବା ଉଦ୍ୟମ କରିଥିଲେ। କିନ୍ତୁ ଭାଲୁ ଗାଁ ଭିତରକୁ ପଶି ଆସିବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ। ସାନନେଉଳି ନିକଟ ଜଙ୍ଗଲରୁ ଭାଲୁଟି ଗାଁ ମଧ୍ୟକୁ ଚାଲି ଆସିଥିବା ଖବର ପାଇ ଉଖୁଣ୍ଡା ଫରେଷ୍ଟର ଭାଗୀରଥି ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନରକ୍ଷୀ ବିନୋଦ ବେହେରା ବିଭାଗୀୟ କର୍ମଚାରୀଙ୍କ ସହିତ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ଘଉଡାଇଥିଲେ। ଦେଖଣାହାରୀମାନେ ଭାଲୁକୁ ଗୋଡାଉଥିବା ଜାଣି କୌଣସି ଦୁର୍ଘଟଣା ନ ଘଟିବା ସକାଶେ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର ତୁରନ୍ତ ସେଠାକୁ ଏକ ସ୍କ୍ବାଡ ପଠାଇଥିଲେ। ଶେଷରେ ଭାଲୁଟି ବଡନେଉଳି ଦେଇ ଭଅଁରପୁର ଅଞ୍ଚଳକୁ ଚାଲିଯାଇଥିଲା।