ଭାଲେଣ୍ଟାଇନ୍ସ ଡେ’ରେ ବିବାହ କଲେ ରାଣୀ-ରାଜା

ବେଙ୍ଗାଲୁରୁ,୧୪।୨: କର୍ନାଟକର କ୍ୟୁବାନ ପାର୍କରେ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ରାଣୀ ଓ ରାଜାଙ୍କର ବିବାହ ଅନୁଷ୍ଠିତ ହୋଇଛି। ସାଧାରଣ ବିବାହ ଭଳି ଉଭୟଙ୍କୁ ପାରମ୍ପରିକ ପୋଷାକରେ ସଜାଯିବା ସହ ବାଜା ବଜାଇ ଏହି ବିବାହ କରାଯାଇଛି। ତେବେ ରାଣୀ ଓ ରାଜା ହେଉଛନ୍ତି ଦୁଇଟି ଘୋଡା। ପ୍ରୋ-କନ୍ନଡ ଆକ୍ଟିଭିଷ୍ଟ ଭାତଲ ନାଗରାଜ ଏହି ବିବାହ ଉତ୍ସବ ଆୟୋଜନ କରିଥିଲେ। ଏହାପୂର୍ବରୁ ମଧ୍ୟ ନାଗରାଜ ଏମିତି ବିବାହ କରିସାରିଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେଉଁ ଯୁବତୀ ଯୁବକମାନେ ପ୍ରେମ ବିବାହ କରୁଛନ୍ତି ସେମାନଙ୍କୁ କେନ୍ଦ୍ର ସରକାର ଓ କର୍ନାଟକ ସରକାର ୧ ଲକ୍ଷ ଓ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରନ୍ତୁ।

Share