ଭାଲେଣ୍ଟାଇନ୍‌ ଡେ’ରେ ବିବାହ କରିବେ ନେହା-ଆଦିତ୍ୟ, କାର୍ଡ ଭାଇରାଲ

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ କୁଆଡେ, ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେ’ରେ ହେବ ବୋଲି କୁହାଯାଉଛି। ଉଭୟଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନେହା ‘ଇଣ୍ଡିଆନ ଆଇଡଲ ୧୧’ ଶୋ’କୁ ଜଜ୍‌ କରୁଥିବାବେଳେ ଶୋ’ ଉପସ୍ଥାପକ ଦାୟିତ୍ୱ ତୁଲାଉଛନ୍ତି ଆଦିତ୍ୟ। ଅନେକ ଥର ଏହି ଶୋ’ରେ ଆଦିତ୍ୟ ତାଙ୍କ ପ୍ରେମର ପରିପ୍ରକାଶ ନେହାଙ୍କ ଆଗରେ କରିଛନ୍ତି। କିନ୍ତୁ ତାହା ରିଲ୍‌ ବୋଲି ଦର୍ଶକ ଭାବୁଥିବାବେଳେ ଗତ ସପ୍ତାହରେ ଉଦିତ୍‌ ନାରାୟଣ ଓ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଶୋ’ରେ ଦେଖିବାକୁ ମିଳିଥିଲା। ଉଭୟ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି ଖୋଲାଖୋଲି କହିଥିଲେ। ଏହାପରଠାରୁ ନେହା ଏବଂ ଆଦିତ୍ୟ ବିବାହକୁ ନେଇ ଚର୍ଚ୍ଚା ଉଠିଛି। କିନ୍ତୁ ଭାଇରାଲ ବିବାହ କାର୍ଡର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରକୃତରେ ଉଭୟ ବିବାହ କରିବେ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।

Share