ଭାଷାଗତ ଶାଳୀନତାକୁ ନେଇ ଆପତ୍ତି ଉଠାଇଲେ ଅମର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବାଚସ୍ପତିଙ୍କ ଭାଷାଗତ ଶାଳୀନତାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆପତ୍ତି ଉଠାଇଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, ଏଥିପାଇଁ ବାଚସ୍ପତି ବି କୌଣସି କଥା କହିବାବେଳେ ସଂଯମତା ରକ୍ଷା କରିବା ଦରକାର ବୋଲି ସେ କହିଥିଲେ। ବିଧାନସଭାରେ ରେକର୍ଡ ହେଉଥିବା ସମସ୍ତ ବିଷୟକୁ ଭବିଷ୍ୟତ ପିଢି ପାଇଁ ସାଇତି ରଖାଯାଉଛି। ଯଦି ଆମେ କଥା କହିବାବେଳେ ଶାଳୀନତା ରକ୍ଷା ନ କରିବା ତେବେ ସେମାନଙ୍କର ଭାବନା ଆମ ପ୍ରତି କ’ଣ ହେବ। ବାଚସ୍ପତିଙ୍କ ଆସନକୁ ମୁଁ ସମ୍ମାନ କରେ। ଏ ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share