ଭାଷା ବୁଝିବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋକୁ ବ୍ୟବହାର କରାଯାଉଛି। ବିଶେଷଭାବରେ ସ୍ବାସ୍ଥ୍ୟକ୍ଷେତ୍ରରେ ଏହାର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ସାଧାରଣତଃ ଜଣେ ମଣିଷ ଭାଷାକୁ ମଣିଷ ହିଁ ବୁଝିଥାଏ। ହେଲେ ଏଣିକି ଏହାକୁ ରୋବୋ ବୁଝିପାରିବ। ନିକଟରେ କର୍ନେଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏପରି ଏକ ଅତ୍ୟାଧୁନିକ ରୋବୋ ପ୍ରସ୍ତୁତ କରିଛନ୍ତି। ଉକ୍ତ ରୋବୋ ସାମ୍ନାରେ କିଛି କହିଲେ ସେ ତାହାକୁ ବୁଝି ସହଜରେ ଅନୁବାଦ କରିପାରିବ। କେବଳ ସେତିକି ନୁହେଁ, ଏଥିରେ ଏକ ଥ୍ରୀଡି କ୍ୟାମେରା ସଂଯୋଗ କରାଯାଇଛି। ଏହି କ୍ୟାମେରା ସାମ୍ନାରେ ଥିବା ଦୃଶ୍ୟର ଫଟୋ ଉଠାଇପାରିବ ଏବଂ ତା’ପରେ ରୋବୋ ତାହାକୁ ଅନୁଧ୍ୟାନକରି ସେ ସମ୍ପର୍କରେ ସୂଚନା ଦେଇପାରିବ। ହେଲେ ଏଭଳି ରୋବୋ ବଜାରରେ ଉପଲବ୍ଧ ହେବାକୁ ଆଉ କିଛି ମାସ ସମୟ ଲାଗିବ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି।