ଜୟପୁର,୭।୨(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ସହର ଗାନ୍ଧୀଛକ ନିକଟସ୍ଥ କୋଲାବ ଇରିଗେଶନ ବିଭାଗ କେନାଲ ପ୍ରଖର ସ୍ରୋତରେ ଭାସିଯାଉଥିବା ବାଲାଜୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ୨ ଜଣ ବାଳକ ଉଦ୍ଧାର କରିଥିଲେ। ଦେବଦୂତ ସାଜି ପ୍ରଖର କେନାଲକୁ ଡେଇଁ ଉଦ୍ଧାର କରି ଥିବା ୨ ବାଳକ ସଞ୍ଜୟ ପୂଜାରୀ ଏବଂ କିଷାନ ମାଝିଙ୍କୁ ଟାଉନ୍ ପୋଲିସ ପକ୍ଷରୁ ପୁରସ୍କୃତ କରାଯାଇଛି। ଉଭୟଙ୍କ ସାହସିକତା ଲାଗି ଏହି ପୁରସ୍କାର ଦିଆଯାଇଛି। ଏପରି ଘଟଣା କୋରାପୁଟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଉକ୍ତ କେନାଲ ଦେଇ ସବୁଦିନ ପରି ବାଲାଜୀ ପ୍ରାପ୍ତ ଭ୍ରମଣରେ ଯାଉଥିଲେ। ମାତ୍ର ପୁରୁଣାଗଡ଼ ନିକଟରେ ମୁଣ୍ଡ ବୁଲାଇବାରୁ ସେ ସେଠାରେ ବସି ପଡ଼ିଥିଲେ। ପରେ କେନାଲରେ ପଡ଼ିଯାଇଥିଲେ। ସ୍ରୋତରେ ଭାସି ଯାଉଥିବା ସମୟରେ ସଞ୍ଜୟ ଓ କିଷାନ କେନାଲକୁ ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ।