ଭାସ୍କର୍ଯ୍ୟ କଳାରେ କରୋନା ସଚେତନତା

ପୁରୀ ଅଫିସ,୧୬ା୪: ପୁରୀର ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ଅଜିତ କୁମାର ପରିଡ଼ା ଭାସ୍କର୍ଯ୍ୟ କଳାରେ କରୋନା ସଚେତନାର ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଘରେ ରହିବା, ମୁହଁରେ ମାସ୍କ ବାନ୍ଧିବା, ହାତକୁ ଭଲ ଭାବେ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରି ଏହି ଭୂତାଣୁ ଶୃଙ୍ଖଳକୁ ଛିଣ୍ଡାଇ ପାରିବା ବୋଲି ଦର୍ଶାଇଛନ୍ତି। ଆମେ ଏପରି ନିୟମ ମାନିଲେ ନିଶ୍ଚିତ ଭାରତ ମାତା କରୋନା କବଳରୁ ଭାରତକୁ ରକ୍ଷା କରିବେ ବୋଲି ଅଜିତ ବାର୍ତ୍ତା ଦେଇଛନ୍ତି।

Share