ଭାସ୍କର୍ଯ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା

କଟକ ଅଫିସ,୧୧ା୪: କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ସାମାଜିକ ଦୂରତ୍ୱ। ଲୋକେ ଅନେକ ସମୟରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି। ଫଳରେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ରହୁଛି। ଲୋକଙ୍କୁ ସଚେତନ କରିବା ପାଇଁ ଅଭିନବ ପ୍ରୟାସ କରିଛନ୍ତି ଶିଳ୍ପୀ ରବିନାରାୟଣ ରଥ। ସେ ନିଜ ଭାସ୍କର୍ଯ୍ୟ କଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି। ରାଜ୍ୟର ୨୫ଜଣ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ପ୍ରତିକୃତିରେ ମାସ୍କ ଲଗାଇ ଲୋକଙ୍କୁ ସଚେତନ କରାଉଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କଲେ କରୋନା ବିପକ୍ଷ ଲଢେଇକୁ ଜୟ କରାଯାଇପାରିବ ବୋଲି ଶିଳ୍ପୀ ରଥ କହିଛନ୍ତି। ଚିତ୍ର ଦ୍ୱାରା ସଚେତନତା ସୃଷ୍ଟି ପାଇଁ ସେ ୨୫ଜଣ ପ୍ରମୁଖ ବ୍ୟକ୍ତିତ୍ୱଙ୍କର ପ୍ରତିକୃତି ତିଆରି କରି ନିଜ ଘର ସମ୍ମୁଖରେ ପ୍ରଦର୍ଶନ କରିବା ସହ ଜନସାଧାରଣଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଉଛନ୍ତି।

Share