Categories: ଜାତୀୟ

ଭିଆଇପି ସୁରକ୍ଷାରୁ ହଟିବେ ଏନ୍‌ଏସ୍‌ଜି କମାଣ୍ଡୋ

ନୂଆଦିଲ୍ଲୀ,୧୩।୧: କିଛିଦିନ ତଳେ ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେବା ପରେ ଏବେ କେନ୍ଦ୍ର ସରକାର ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ଏହି କାମରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ଚାହୁଁଥିବା ଜଣାପଡିଛି। ଏହି କ୍ରମରେ ଏବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୩ ଭିଆଇପିଙ୍କୁ ଏନ୍‌ଏସ୍‌ଜିର ‘ବ୍ଲାକ୍‌ କ୍ୟାଟ୍‌’ କମାଣ୍ଡୋ ସୁରକ୍ଷା ଦେବେ ନାହିଁ ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ପାଖାପାଖି ୨ ଦଶକ ପରେ ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ଭିଆଇପିଙ୍କ ସୁରକ୍ଷାରୁ ହଟାଯାଉଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭିଆଇପି ସୁରକ୍ଷାରୁ ଏମାନଙ୍କୁ ହଟାଇବା ପରେ ପାଖାପାଖି ୪୫୦ କମାଣ୍ଡୋ ମୁକ୍ତ ହୋଇଯିବେ। ଦେଶରେ ଥିବା ଏନ୍‌ଏସ୍‌ଜି କମାଣ୍ଡୋର ୫ ଶିବିରରେ ଏମାନଙ୍କୁ ମୂତୟନ କରାଯିବା ସହ ଏହି ଶିବିରର ଶକ୍ତି ବୃଦ୍ଧି ହେବ ବୋଲି କୁହାଯାଉଛି।

Share