Categories: ବାଣିଜ୍ୟ

ଭିକି କୌଶଲ ରେଡ୍‌ ଚିଫ୍‌ର ବ୍ରାଣ୍ଡ ଆମ୍ବାସାଡର

 

ନୂଆଦିଲ୍ଲୀ,୨୬-୧୧: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ ରେଡ ଚିଫର ବ୍ରାଣ୍ଡ ଆମ୍ବାସାଡର ଭାବେ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ନିଯୁକ୍ତ କରାଯାଇଛି। ଗତ ୨୧ ବର୍ଷ ଧରି ଗ୍ରାହକଙ୍କୁ ଗୁଣବତ୍ତା ପ୍ରଡକ୍ଟ ଯୋଗାଣ ଦିଗରେ କମ୍ପାନୀ ନିଜର ଯୋଗଦାନ ରଖିଥିବା କହିଛି। ୩,୦୦୦ରୁ ଉର୍ଦ୍ଧ୍ୱ ମଲଟି ବ୍ରାଣ୍ଡ ଆଉଟଲେଟ, ୧୭୦ ଏକ୍ସକ୍ଲୁସିଭ ଷ୍ଟୋର ଏବଂ ଇ-କମର୍ସ ପ୍ଲାଟଫର୍ମରେ କମ୍ପାନୀ ପ୍ରଡକ୍ଟ ଯୋଗାଉଛି। ଭିକି କୌଶଲଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରି ଅତ୍ୟନ୍ତ ଖୁସି ବୋଲି ଲେୟାନ ଗ୍ଲୋବାଲର ଏମ୍‌ଡି ମନୋଜ ଜ୍ଞାନ ଚନ୍ଦାନୀ କହିଛନ୍ତି। ଯୁବବର୍ଗଙ୍କ ମଧ୍ୟରେ ବ୍ରାଣ୍ଡକୁ ପରିଚିତ କରାଇବା ଦିଗରେ ସେ କାର୍ଯ୍ୟ କରିବେ। ତାଙ୍କ ସହ ଏହି ଚୁକ୍ତି ଉନ୍ନତ ଅଭିବୃଦ୍ଧି ଦିଗରେ ସହାୟକ ହେବ ବୋଲି ଜ୍ଞାନ ଚନ୍ଦାନୀ କହିଛନ୍ତି। କମ୍ପାନୀର ନୂଆ ମାସମିଡିଆ କ୍ୟାମ୍ପେନରେ ସେ ନଜର ଆସିବେ ବୋଲି ଲେୟାନ ଗ୍ଲୋବାଲର ମାର୍କେଟିଂ ଜିଏମ୍‌ ରାହୁଲ ଶର୍ମା କହିଛନ୍ତି।

Share