‘ଭିକି ଡୋନର୍‌’ ମୋ ଜୀବନର ଟର୍ନିଂ ପଏଣ୍ଟ

୨୦୧୨ରେ ବହୁଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍‌’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ର ବବ୍‌ଲି ଅଭିନେତ୍ରୀ ୟାମି ଗୌତମ। ପ୍ରଥମ ଫିଲ୍ମରୁ ହିଁ କ୍ରିଟିକାଲ ଓ କମର୍ସିଆଲ ସଫଳତା ପାଇବା ପରେ ୟାମି ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ରରେ ନଜର ଆସିଥିଲେ। ସେଥିମଧ୍ୟରେ ‘ଆକ୍ସନ ଜ୍ୟାକ୍‌ସନ୍‌’, ‘ବଦଲାପୁର’, ‘ସନମ୍‌ ରେ’, ‘କାବିଲ୍‌’, ‘ମତୀ ଗୁଲ୍‌ ମିଟର୍‌ ଚାଲୁ’ ଏବଂ ୨୦୧୯ରେ ରିଲିଜ ହୋଇଥିବା ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ ଭଳି ଫିଲ୍ମ ରହିଛି। ଫିଲ୍ମ ‘ଉରି’ରେ ୟାମି ନିଜର ଉତ୍କୃଷ୍ଟ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିଣିଥିଲେ। ଶୁକ୍ରବାର ସ୍କେଚର୍ସ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଅବସରରେ ତାଙ୍କ ସହ ଧରିତ୍ରୀ ଆଳାପ।

ବଲିଉଡ୍‌ରେ ଏପର୍ଯ୍ୟନ୍ତ ଯାତ୍ରା କିଭଳି ଥିଲା?
ମୋ ଯାତ୍ରା ଏବେ ବି ଜାରିରହିଛି। ଏହାକୁ ବର୍ଣ୍ଣନା କରିବା ମୋ ପାଇଁ କଷ୍ଟକର। କେବେ ଏ ଯାତ୍ରା ସରିଯିବ ତାହା ବି କହିହେବନି। ଏତିକି କହିବି ସବୁବେଳେ ଉଚ୍ଚନୀଚ ରହିଆସିଛି। କେତେଜଣଙ୍କଠାରୁ ଆଗକୁ ବଢ଼ିବାକୁ ପ୍ରେରଣା ମିଳିଛି ଓ କେତେଜଣଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିଛି।
ଏକ ମଧ୍ୟବିତ୍ତ ପରିବାରରୁ ଆସି ବଲିଉଡ୍‌ରେ ତିଷ୍ଠିରହିବା କିଭଳି ସମ୍ଭବ ହେଲା?
ମୁଁ ନିଜ ଇଚ୍ଛାରେ ଏ ଇଣ୍ଡଷ୍ଟ୍ରିକୁ ଆସିଥିଲି। ଆରମ୍ଭରୁ ସବୁକିଛି ନିଜେ କରିଥିଲି ଓ ସବୁ ନିଷ୍ପତ୍ତି ନିଜେ ନେଇଥିଲି। ମୋ ସହ କେହି ନ ଥିଲେ। କୌଣସି ଗଡ୍‌ଫାଦର୍‌ ନ ଥିଲେ। ତେଣୁ ବଲିଉଡ୍‌ର ଯାତ୍ରା ନିଶ୍ଚିତ ଭାବେ ମୋ ପାଇଁ ଅଧିକ ଚ୍ୟାଲେଞ୍ଜିଂ ଥିଲା। ଫିଲ୍ମ ହିଟ୍‌ ହେଲେ ଏଠାରେ ଆଗକୁ ବଢିବାକୁ ଅପ୍‌ସନ୍‌ ଥାଏ। ହେଲେ ଯଦି ଭଲ ନ ଚାଲେ ତା’ହେଲେ ସବୁକିଛି ବିଗିଡ଼ି ଯାଏ। ଇଚ୍ଛା ନ ଥିଲେ ବି କିଛି ଫିଲ୍ମ କରିବାକୁ ପଡ଼େ। ଆରମ୍ଭରୁ ମୋତେ ସମସ୍ୟା ହୋଇଥିଲା। ସବୁକିଛି ନିଜେ ମ୍ୟାନେଜ କରିବା କଷ୍ଟ ଥିଲା। ଏଠାରୁ ମୁଁ ଏତିକି ଶିଖିଛି, ନିଜ କାମକୁ ଗ୍ରହଣ କରିବା ସହ କାମକୁ ନେଇ ଖୁସି ରୁହ। ମ୍ୟାଜିକ୍‌ ନିଶ୍ଚିତ ହେବ।
ଜଣେ ସେଲିବ୍ରିଟି ଭାବେ ଫ୍ୟାଶନକୁ ଆପଣ କିଭଳି ଦେଖନ୍ତି?
ମୋ ମତରେ ଫ୍ୟାଶନ ଅର୍ଥ ହେଉଛି କୁଲ୍‌, କମ୍ଫର୍ଟେବୁଲ, ସୋ ମଚ୍‌ କଲର୍ସ, ଇଜି ଓ ଷ୍ଟାଇଲିଶ୍‌। ମୁଁ ଏମିତି ଫ୍ୟାଶନରେ ବିଶ୍ୱାସ କରେ ଯାହା କେବଳ ଆଖିକୁ ଭଲ ଦେଖାଯାଏନାହିଁ, ବରଂ ପିନ୍ଧିବାକୁ ବି ସେତିକି କମ୍ଫର୍ଟେବୁଲ ଲାଗେ। କମ୍ଫର୍ଟକୁ ମୁଁ ସବୁବେଳେ ପ୍ରାଥମିକତା ଦିଏ। ଯାହା କ୍ୟାରି କରିବା ସହଜ ତାହା ମୁଁ ପିନ୍ଧେ। ଶାଢି ସହ ସ୍ପୋର୍ଟସ୍‌ ଶୁ ପିନ୍ଧିବାକୁ ବି ପଛାଏନି। ଯଦି ମୁଁ ଆକ୍ଟର ହେଇ ନ ଥାନ୍ତି ତା’ହେଲେ ବି ମୁଁ ଏବେ ଯାହା ପିନ୍ଧୁଛି, ତାହା ହିଁ ପିନ୍ଧିଥାନ୍ତି। ଡିସେଣ୍ଟ୍‌ ଡ୍ରେସ୍‌ ଅପ୍‌ରେ ମୁଁ ବିଶ୍ୱାସ ରଖେ।
ଆପଣ କନ୍ନଡ, ତେଲୁଗୁ ଓ ପଞ୍ଜାବୀ ଭଳି ବହୁ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଓଡ଼ିଆରେ ଯଦି କେବେ ସୁଯୋଗ ମିଳେ କରିବେ?
କାହିଁକି ନୁହେଁ। ନିଶ୍ଚୟ କରିବି। ହେଲେ ମୋତେ ଏପର୍ଯ୍ୟନ୍ତ କେହି ଅଫର ଦେଇନାହାନ୍ତି(ହସି ହସି ଉତ୍ତର ଦେଇଥିଲେ)।
ଉରି ପରେ ୟାମି ଗୌତମଙ୍କଠାରୁ ଆମେ କ’ଣ ଦେଖିବାକୁ ପାଇବୁ?
ଦିନେଶ ଭିଜନଙ୍କ ଆଗାମୀ ଫିଲ୍ମ ‘ବାଲା’ରେ ଆୟୁଷ୍ମାନ୍‌ ଏବଂ ମୁଁ ଏକାଠି ଆସୁଛୁ। ଏହା ଏକ ଭିନ୍ନସ୍ବାଦର ଫିଲ୍ମ। ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। କାନପୁର, ବମ୍ବେରେ ଶୁଟିଂ ସରିଛି। କିଛିଦିନ ପରେ ଲକ୍ଷ୍ନୌରେ ଆରମ୍ଭ ହେବ। ଏବର୍ଷ ନଭେମ୍ବର ୨ରେ ବାଲା ରିଲିଜ ହେବ।
କେଉଁ ଫିଲ୍ମ ଆପଣଙ୍କ ଜୀବନର ଟର୍ନିଂ ପଏଣ୍ଟ ଥିଲା?
ମୋର ପ୍ରଥମ ଫିଲ୍ମ ‘ଭିକି ଡୋନର୍‌’ ହିଁ ମୋ ଜୀବନର ଟର୍ନିଂ ପଏଣ୍ଟ ଥିଲା। ସେହି ଫିଲ୍ମ ପାଇଁ ଲୋକେ ମୋତେ ଚିହ୍ନିଥିଲେ ଓ ଭଲପାଇବା ଦେଇଥିଲେ। ଏପର୍ଯ୍ୟନ୍ତ ମଧ୍ୟ ଲୋକେ ‘ଭିକି ଡୋନର୍‌’କୁ ମନେ ରଖିଛନ୍ତି। ଏହାଛଡା ନିକଟରେ ଆସିଥିବା ଫିଲ୍ମ ‘ଉରି’ ମୋ ଜୀବନର ଆଉ ଏକ ଟର୍ନିଂ ପଏଣ୍ଟ। ‘କାବିଲ୍‌’, ‘ବଦଲାପୁର’ ବି ମୋ ପାଇଁ ସ୍ପେଶାଲ ଥିଲା।
‘ଉରି’ ଫିଲ୍ମରେ ୟାମିଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏଭଳି ଏକ ଚ୍ୟାଲେଞ୍ଜିଂ ରୋଲ୍‌ କରିବାର ଅନୁଭୂତି କିଭଳି ରହିଛି?
‘ଉରି’ରେ ମୋତେ ଯେମିତି ଚରିତ୍ର ମିଳିଥିଲା ଲୋକେ କେବେ ଭାବି ନ ଥିଲେ ଯେ ମୁଁ ତାହା କରିପାରିବି। କୌଣସି ଆକ୍ଟର କେବେ ନିର୍ଦ୍ଦିଷ୍ଟ ଏକ ଇମେଜ୍‌ ଚାହାନ୍ତିନି। ସେମାନେ ଚରିତ୍ର ସହ ଏକ୍ସପେରିମେଣ୍ଟ କରିବାକୁ ଚାହାନ୍ତି। ସେଭଳି କିଛି ଚ୍ୟାଲେଞ୍ଜିଂ କରିବା ପାଇଁ ମୋର ଇଚ୍ଛା ଥିଲା। ‘ଉରୀ’ ମୋତେ ସେ ସୁଯୋଗ ଦେଇଥିଲା। ଲୋକେ ମୋତେ ସମ୍ପୂର୍ଣ୍ଣ ଏକ ଭିନ୍ନ ଚରିତ୍ରରେ ଦେଖିଥିଲେ। ଆଗକୁ ‘ବାଲା’ରେ ବି ସେମିତି ଏକ ଚରିତ୍ରରେ ଦେଖିବାକୁ ପାଇବେ।
ଯଦି କେବେ କୌଣସି ବାୟୋପିକ୍‌ କରନ୍ତି ତା’ହେଲେ କାହା ଚରିତ୍ରରେ କରିବାକୁ ଚାହିଁବେ?
ଯଦି ଗୋଟିଏରୁ ଅଧିକ ବାୟୋପିକ୍‌ କରିବାର ସୁଯୋଗ ମିଳେ ତା’ହେଲେ ମୁଁ ମଧୁବାଲା, ଇନ୍ଦିରା ଗାନ୍ଧୀ ଓ କଳ୍ପନା ଚାଓ୍ବଲାଙ୍କ ଚରିତ୍ର କରିବାକୁ ନିଶ୍ଚୟ ଚାହିଁବି।
ଫିଲ୍ମ କରିବା ପୂର୍ବରୁ ଏହାର ସ୍କ୍ରିପ୍ଟ ଦେଖି ବାଛନ୍ତି ନା ଏକ ଦୃଢ ଆତ୍ମବିଶ୍ୱାସର ସହ କରନ୍ତି?
ଉଭୟ। ସ୍କ୍ରିପ୍ଟ ଯେତିକି ଗୁରୁତ୍ୱପୁର୍ଣ୍ଣ ଆତ୍ମବିଶ୍ୱାସ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ସମୟରେ ମୁଁ ସ୍କ୍ରିପ୍ଟ ଅପେକ୍ଷା ନିଜ ଉପରେ ଓ ନିଜ ପରିଶ୍ରମ ଉପରେ ଅଧିକ ବିଶ୍ୱାସ କରେ।
ଓଡ଼ିଶାର ଲୋକଙ୍କୁ କ’ଣ ମେସେଜ୍‌ ଦେବେ?
ମୁଁ ପ୍ରଥମେ ଧନ୍ୟବାଦ ଦେବାକୁ ଚାହୁଁଛି। ଏଠାରେ ମୁଁ ମୋ ଘର ଭଳି ଖୁସି ରହେ। ନିଜ ଲୋକଙ୍କ ଭିତରେ ରହିଲା ଭଳି ଲାଗେ। ଓଡ଼ିଆ ଲୋକେ ମୋତେ ବହୁତ ଭଲପାଇବା ଦେଇଛନ୍ତି ଓ ସମ୍ମାନ ଦେଇଛନ୍ତି। ଖୁବ୍‌ଶୀଘ୍ର ଆଉକିଛି ନୂଆ ନେଇ ମୁଁ ପୁଣିଥରେ ଓଡ଼ିଶା ଆସିବି।
-ସାକ୍ଷାତ୍‌: ସସ୍ମିତା ପାଇକରାୟ/ଫଟୋ: ବିକାଶ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ...

ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

ମୋହନା,୧୬।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ...

ସେବାଶ୍ରମରେ ଏବେ ବି ଘୁରିବୁଲୁଛି ମହୁମାଛି: ଆତଙ୍କିତ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ମଙ୍ଗଳବାର ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ବୁଧବାର ମଧ୍ୟ ସେଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image