ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ପରଫର୍ମ କରିବେ ନେହା-ରୋହନପ୍ରିତ!

ମୁମ୍ବାଇ: ଏବେ ବଲିଉଡରେ ଗୋଟିଏ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତାହା ହେଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ଖବର । ଆଉ ମାତ୍ର କେଇଟା ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ପ୍ରାୟ ସରି ଆସିଲାଣି । ଏମିତିକି ଅତିଥିମାନେ ବି ସଜବାଜ ହୋଇ ଗଲେଣି । ଦେଶ ବାହାରୁ ଆସିବାକୁ ଥିବା ଅତିଥିମାନେ ଧୀରେ ଧୀରେ ଯୋଧପୁରରେ ପହଞ୍ଚିବାରେ ଲାଗିଛନ୍ତି । ଏହି ବିବାହରେ ସାମିଲ ହେବାକୁ କ୍ୟାଟ୍ରିନାଙ୍କ ଭାଇ ବି ରାଜସ୍ଥାନ ପହଞ୍ଚି ଯାଇଥିବା ଖବର ମିଳିଛି ।
ଏହାରି ଭିତରେ ଅନୁମାନ କରାଯାଉଛି କି ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ପରଫର୍ମ କରିବେ ବଲିଉଡର ନାମୀ ଗାୟିକା ନେହା କକ୍କଡ ଓ ତାଙ୍କ ପତି ରୋହନପ୍ରିତ ସିଂ । ନିକଟରେ ଏମାନେ ବିଦେଶ ଭ୍ରମଣ କରିବାକୁ ଯାଇଥିବା ବେଳେ ଏବେ ତାଙ୍କୁ ପ୍ରଥମେ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ କରାଯାଇଥିଲା । ହେଲେ ଶନିବାର ତାଙ୍କୁ ଯୋଧପୁର ବିମାନ ବନ୍ଦରରେ ସ୍ପଟ କରାଯାଇଛି । ଯଦିଓ ନେହା କ୍ୟାଟ୍ରିନାଙ୍କ ବିବାହରେ ପରଫର୍ମ କରିବେ କି ନା ସ୍ପଷ୍ଟ କରି ନ ଥିବା ବେଳେ ଏହି ସମୟରେ ନେହାଙ୍କୁ ପତି ରୋହନପ୍ରିତଙ୍କ ସହ ଯୋଧପୁରରେ ଦେଖି ଗୋଟିଏ କଥା ଚିନ୍ତା କରାଯାଇ ପାରୁଛି । କାରଣ ଏମିତି ସମୟରେ ସେଲିବ୍ରିଟି କପୁଲଙ୍କୁ ଯୋଧପୁରରେ ସ୍ପଟ କରାଯିବାର ଗୋଟିଏ କାରଣ ରହିଛି ଯାହା ସମସ୍ତଙ୍କୁ ଜଣା । ତେବେ କିଏ କ୍ୟାଟ୍ରିନା – ଭିକ୍କିଙ୍କ ବିବାହରେ ପରଫର୍ମ କରିବେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ନେହା ଓ ରୋହନପ୍ରୀତ ସେଠାରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

Share