ନୂଆଦିଲ୍ଲୀ,୧୩।୧: କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଥିବା ଶୁଣିବାକୁ ମିଳିଛି। ଏହାକୁ ରାଣୀ ଲକ୍ଷ୍ମୀବାଇଙ୍କ ନାମରେ ନାମିତ କରିବାକୁ ଚାହୁଁଛି ଭାଜପା। ଭାଜପାର ଏଭଳି ନାମ ପରିବର୍ତ୍ତନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି। ସୂଚନାଯୋଗ୍ୟ, ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକୀରେ ଯୋଗ ଦେଇଥିଲେ। ସେଠାରେ ସେ ଏହାର ନାମ ପରିବର୍ତ୍ତନ କରି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାରେ ରଖିବାକୁ ପ୍ରସ୍ତାବ ଦେଇଥିଲେ। ମୋଦିଙ୍କ ମତରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତରେ ଉଦ୍ଦ୍ୟୋଗ ପ୍ରତିଷ୍ଠାର ଜନକ ଥିଲେ। ଯିଏ ଏକ ରାଷ୍ଟ୍ର- ଏକ ସମ୍ବିଧାନ ପାଇଁ ନିଜ ଜୀବନକୁ ବଳି ଦେଇଥିଲେ।