Categories: ଜାତୀୟ

ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାରୀ ନିଯୁକ୍ତି ଯୋଜନା: ପେଶା ଛାଡ଼ିବାକୁ ମନା କଲେ ଭିକାରି

ଲକ୍ଷ୍ନୌ,୨୬।୬: ଉତ୍ତରପ୍ରଦେଶର ଲକ୍ଷ୍ନୌ ନଗର ନିଗମ ପକ୍ଷରୁ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାରୀ ନିଯୁକ୍ତି ଯୋଜନା କରାଯାଇଛି। ତେବେ ଏହି ଯୋଜନା ଅନ୍ତର୍ଗତ ଚାକିରି କରିବାକୁ ଭିକାରିମାନେ ମନା କରିଛନ୍ତି। ଏହା ସେମାନଙ୍କର ପେଶା। ସେମାନେ ଭିକ୍ଷାଟନ ଛାଡ଼ିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଏହାଦ୍ୱାରା ତାଙ୍କର ଭୟ ଆୟ ହେଉଥିବା ଭିକାରିମାନେ କହିଛନ୍ତି। ଗୋଟିଏ ଦିନରେ ଭିକାରିମାନେ ୫ ଶହରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଫଳରେ ସେମାନଙ୍କ ମାସିକ ଆୟ ହାରାହାରି ୧୫ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଥିବା କେତେକ ଭିକାରି କହିଛନ୍ତି।

Share