କରୋନା ଯୋଗୁ ଏବେ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି କାରଣରୁ ଅନେକ ବିବାହ କାର୍ଯ୍ୟ ସ୍ଥଗିତ କରିବାକୁ ପଡିଛି। ଅନ୍ୟପକ୍ଷରେ, କାନପୁରର ବାସିନ୍ଦା ଅନିଲ ଏବଂ ନୀଲମଙ୍କ କରୋନା ବେଳେ ସାତ ଜନ୍ମ ପାଇଁ ଏକାଠି ହୋଇପାରିଛନ୍ତି। ବର୍ତ୍ତମାନ କାନପୁରରେ ଏହି ବିବାହ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଏହି ବିବାହର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନୀଲମ ମାତାଙ୍କପିତାଙ୍କ ମୃତ୍ୟୁ ପରେ ଭାଇଭାଉଜଙ୍କ ପାଖରେ ରହୁଥିଲେ। କିନ୍ତୁ ଭାଇଭାଉଜ ମାରପିଟ୍ କରି ଘରୁ ବାହାର କରିଦେଇଥିଲେ। ପରେ ସେ ରାସ୍ତା କଡରେ ଭିକ ମାଗି ପେଟ ପୋଷୁଥିଲେ। ଦେଶରେ ଲକ୍ଡାଉନ୍ ଜାରି ହେବା ପରେ ଲାଲତା ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ସହ ନୀଲମଙ୍କ ଭେଟ ହୋଇଥିଲା। ସେ ନିଜ ଡ୍ରାଇଭର ଅନୀଲଙ୍କୁ ପ୍ରତିଦିନ ନୀଲମଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ କହିଥିଲେ। ନୀଲମଙ୍କ ଖାଦ୍ୟ ଦେବା ସହ କାନପୁରରେ ଥିବା ଅନ୍ୟ ଭୀକାରୀଙ୍କୁ ମଧ୍ୟ ଅନୀଲ ଖାଦ୍ୟ ବାଣ୍ଟୁଥିଲେ। ଏହିଭଳି ଭାବେ ନୀଲମ ଏବଂ ଅନୀଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ବିବାହର ରୂପ ନେଇଥିଲା।