ଭିଜିଲାନ୍ସ ଜାଲରେ ଏସ୍‌ଆଇ

କଟକ ଅଫିସ,୧୨।୧୨: ଭିଜିଲାନ୍ସ ଜାଲରେ ମୋଟର୍‌ ଟ୍ରାନ୍ସପୋର୍ଟ ଫିଟର୍‌ ଏସ୍‌ଆଇ ଜନ୍ମେଜୟ ମଲ୍ଲିକ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଜନ୍ମେଜୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କଟକ ତୁଳସୀପୁରରେ ଥିବା ସରକାରୀ କ୍ୱାର୍ଟର୍ସ, ବିଡାନାସୀ ଲେନ୍‌-୩ ଚାହତ ନଗରରେ ଥିବା ତିନି ମହଲା କୋଠା, ଗ୍ରାମ ତଥା ପଟ୍ଟାମୁଣ୍ଡାଇ ଆନ୍ଦରରେ ଥିବା ଦୁଇ ମହଲା କୋଠା, ଉକ୍ତ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର, କଟକରେ ଥିବା ଅଫିସ ଆଦି ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଚଢ଼ାଉ ବିଷୟରେ ସବିଶେଷ ତଥ୍ୟ ମିଳିପାରିନାହିଁ।

Share